September 26, 2023

Times One Odia

Odia News Portal

ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତି ଶେଷ

ବ୍ରହ୍ମପୁର(ଦିନେଶ ପଟ୍ଟନାୟକ): ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ସେଣ୍ଟ ଯୋଶେଫ କନଭେଣ୍ଟ ସ୍କୁଲରେ ଖ୍ରୀଷ୍ଟମାସ ଉତ୍ସବକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି। କରୋନା କଟକଣା ଯୋଗୁଁ ସ୍କୁଲ ଅଧ୍ୟକ୍ଷା ସିଷ୍ଟର ଜୁଲିଏଟ୍ଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେଇ ଏହି ଉତ୍ସବ ପାଳନ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି । ଏଥିରେ ମୁଖ୍ୟ ଅତିଥି କୁଇନ୍ ଅଫ୍ ଦି ମିଶନ୍ ସ୍କୁଲ ଫାଦର ସଂଜୀବ କୁମାର ନାୟକ ପ୍ରଭୁଙ୍କ ବାଣୀ ଉପରେ ବର୍ଣ୍ଣନା କରିଥିଲେ । ଫାଦର ପ୍ରଭୁଦାସ ନାୟକ , ସିଷ୍ଟର ରୋଶନ୍ ଯୋଗ ଦେଇ ଯୀଶୁଙ୍କ ଜନ୍ମ ଉପରେ କହିଥିଲେ । କରୋନା କଟକଣା ଯୋଗୁଁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିନଥିଲେ । ସ୍କୁଲ ପରିସରରେ ସୁନ୍ଦର ଭାବେ ସଜିତ ହୋଇଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *