September 28, 2023

Times One Odia

Odia News Portal

ସମଗ୍ର କନ୍ଧମାଳରେକଡ଼ା ସୁରକ୍ଷା ମଧ୍ୟରେ ବଡ଼ ଦିନ ପର୍ବ ପାଳିତ

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ପୋଲିସ ଓପ୍ରଶାସନର କଡ଼ା ସୁରକ୍ଷା ମଧ୍ୟରେ ବଡ଼ ଦିନ ପର୍ବ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଇଛି । କରେ ।ନା କଟକଣା ମଧ୍ୟରେ କମ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଗୁରୁବାର ମଧ୍ୟରାତ୍ରିରେ ଜିଲ୍ଲାରେ ଥିବା ବିଭିନ୍ନ ଚର୍ଚ ଗୁଡିକରେବଡ଼ଦିନ ପର୍ବ ପାଳନ କରିଥିଲେ ଖ୍ରୀଷ୍ଟଧର୍ମାବଲମ୍ବୀ ।

ଫୁଲବାଣୀ ସହରରେ ଥିବା କାଥଲିକ ଚର୍ଚ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠୁଛି |ଭିତରେ ବି ସାଜସଜ । ହୋଇଛି । ପ୍ରଶାସନ ର ଅନୁମତି ପାଇବାପରେ ହାତରେ କମ ସମୟ ଥିଲେ ବି ଆନନ୍ଦରେ କିଛି କିଛି ସାଜ ସଜାକରାଯାଇଥିବା ଦେଖିବାକୁ ମିଳିଥିଲା

କରୋନାକଟକଣା ପାଇଁ ଚର୍ଚଗୁଡିକରେ ବଡ଼ ଦିନ ପର୍ବ ପାଳନ କରିବାକୁ ନେଇ ଆଶା ଓ ଆଶଙ୍କ । ରେ ଥିବା ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଶେଷରେ ସରକାରଙ୍କ କୋଭିଡ଼ ୧୯ଗାଇଡ଼ଲାଇନ ମାନି ଆନନ୍ଦ ଉଲ୍ଲାସର ସହିତ ବଡ଼ ଦିନ ପର୍ବ ପାଳନ କରିଛନ୍ତି। ଗ୍ରତ କାଲି ମଧ୍ୟରାତ୍ରି ରେ ସାମୁହିକପ୍ରାର୍ଥନା କରିବା ସହ ସମସ୍ତ ରିତି ନିତି ପ୍ରକାରେ ପ୍ରଭୁ ଯି ଶୁଙ୍କ ଧରାପୃଷ୍ଠକୁ ଆଗମନକୁ ସ୍ଵାଗତ କରିଥିଲେ।କରେ । ନା କଟକଣା ପାଇଁ ଜିଲ୍ଲା ପ୍ରଶାସନ ପ୍ରଥମେ ବଡ଼ ଦିନ ପାଳନ କରିବା ପାଇଂ ଚର୍ଚ ମଧ୍ୟ କୁ ପ୍ରାର୍ଥନା ପାଇଁ ୧୪ ଜଣଙ୍କୁ ଅନୁମତି ଦେଇଥିଲେ।ପରେ ଚର୍ଚ ସଂପାଦନା ମଣ୍ଡଳୀଅନୁରୋଧକ୍ରମେ ବଡ଼ ଚର୍ଚରେ ୫୦ ଜଣ ଓଛୋଟ ଛୋଟ ଚର୍ଚରେ ୨୦ଜଣ ଶ୍ରଦ୍ଧାଳୁକୋଭିଡ ଗାଇଡ଼ଲାଇନ ପାଳନ କରି ପ୍ରାର୍ଥନା ଲାଗି ଅନୁମତି ଦିଆଯାଇଥିଲା। ଫଳରେ ଫୁଲବାଣୀରେ ଥିବା ବା ପ୍ଟି ଷ୍ଟ ଚର୍ଚରେ ସାଜ ସଜାକରାଯାଇ ବଡ଼ଦିନ ପର୍ବ ପାଳନ ହୋଇଥିବା ଦେଖାଯାଇଥିଲା
ପରିବାର ସବୁ ସଦସ୍ୟ ଆସିପାରି ନ ଥିବାରୁ ମନରେ ଦୁଃଖ ଥିଲେ ମଧ୍ୟ ସରକାରଙ୍କ କୋଭିଡ଼ନିୟମ ପ୍ରକାରେ ମାତ୍ର ୫୦ ଜଣ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପାଳନ କରିଥିଲେ ବଡଦିନ ପର୍ବ ।

ପ୍ରଶାସନ ଚର୍ଚଗୁଡିକରେ ବଡ଼ଦିନ ପର୍ବ ପାଳନ ପାଇଁଚର୍ଚ ଖୋଲିବା ପାଇଁ ଅନୁମତି ଦେବାପରେ ବେଶ ଖୁସି ଅନୁଭବ କରିବା ସହ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । କରୋନାପାଇଁ ଦୀର୍ଘ ୯ ମାସ ହେଲା ତାଲା ପଡିଥିବା ଚର୍ଚ ସବୁ ଖୋଲିବା ସହ କିଛି କିଛି ବଡ଼ ବଡ଼ ଚର୍ଚରେ ବଡ଼ ଦିନ ପର୍ବପାଳନ ହୋଇଥିବାବେଳେ କିଛି ଚର୍ଚ ବନ୍ଦ ଥିବା ଖବର ମିଳିଛି, ଆଜି କିଛି ଚର୍ଚ ରେ କାରୋଲ ସଙ୍ଗୀତ, ପ୍ରାର୍ଥନା.ନାଚଗୀତ ଆଦି କାର୍ଯକ୍ରମ ହେବ।
ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ବିଭିନ୍ନ ଥାନା ଇଲାକାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ରାତ୍ରିକାଳୀନ ପେଟ୍ରୋଲିଂ ସ ହ ଯାନବାହନ ଚେକିଙ୍ଗ ମଧ୍ଯ କରୁଛି ପୋଲିସ। ସେହିପରି ପ୍ରତି ବ୍ଲକରେ ଓ ପୌରାଞ୍ଚଳରେ ପ୍ରଶାସନ ପକ୍ଷରୁ ମାଜି 6ଷ୍ଟ୍ରଟ ଙ୍କୁ ଆଇନଶୃଙ୍ଖଳା ଦାୟୀତ୍ଵରେ ନିୟୋଜିତ କରାଯାଇଛି। ଫୁଲବାଣୀ ଓ ବାଲିଗୁଡ଼ା ଉପଜିଲ୍ଲାପାଳମାନେ ସୁରକ୍ଷା ତ ଦାରଖ ଦାୟୀତ୍ଵରେ ଅଛୁନ୍ତି ବଡ଼ ଦିନ ପର୍ବଯେପରି ଶାନ୍ତିଶୃଙ୍ଖଳାର ସହ ପାଳିତ ହେବ ସେଥିପ୍ରତି ପ୍ରଶାସନ କଡ଼ା ନଜର ରଖିଛି।

Leave a Reply

Your email address will not be published. Required fields are marked *