ଶୀତବସ୍ତ୍ର ଓ ଜୋତା କିଣାରେ ହେରାଫେରୀ

ନବରଙ୍ଗପୁର(ରବିନାରାୟଣ ମହାନ୍ତି/ନନ୍ଦାହାଣ୍ଡି ପ୍ରତିନିଧି ରଶ୍ମି ରଞ୍ଜନ ମହାପାତ୍ର): ସରକାରଙ୍କ ପକ୍ଷରୁ ମହିଳା ଓ ଶିଶୁ ବିକାଶ ଯୋଜନା ରେ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା । ଅଙ୍ଗନୱାଡି ମାଧ୍ୟମରେ ପ୍ରି ସ୍କୁଲ ପାଠପଢ଼ା ସହିତ ପୁଷ୍ଟିକର ଖାଦ୍ୟ ବଣ୍ଟନ ଓ ୟୁନିଫର୍ମ ବିତରଣ ପାଇଁ ରହିଛି ବ୍ୟବସ୍ଥା। କୋମଳମତି ଶିଶୁ ଙ୍କୁ ଖେଳ ସାମଗ୍ରୀ ବଣ୍ଟନ ସହ ଭବିଷ୍ୟତ ନିର୍ମାଣ ଉଦ୍ଧେଶ୍ୟରେ ପାଣି ଭଳି ଅର୍ଥ ଖର୍ଚ୍ଚ ହେଉଛି, କିନ୍ତୁ ତାହା ହିତାଧିକାରୀଙ୍କ ପାଖରେ ପହଞ୍ଚିବାରେ ବାଟମାରଣା ହେଉଥିବା ଅଭିଭାବକ ମହଲରେ ବାରମ୍ବାର ଅଭିଯୋଗ ହେଉଛି ।
ଶୀତବସ୍ତ୍ର ଓ ଜୋତା କିଣାରେ ହେରାଫେରୀ ଭଳି ସଙ୍ଗିନ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ଗ୍ରାମରେ । ସରକାରଙ୍କ ପକ୍ଷରୁ ପ୍ରତି ଶିଶୁ ଙ୍କ ସ୍ବେଟର କିଣା ବାବଦରେ 150 ଟଙ୍କା ଓ ଜୋତା କିଣା ବାବଦରେ 100 ଟଙ୍କା ପ୍ରଦାନ କରାଯାଇଛି । ସମସ୍ତ ଅନୁଦାନ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ସିଧାସଳଖ ଅଙ୍ଗନବାଡି କାର୍ମୀଙ୍କ ବ୍ୟାଙ୍କ ଏକାଉଣ୍ଟ କୁ ପଠାଯାଉଛି । ତେବେ ଅଙ୍ଗନୱାଡି କାର୍ମୀ ଜିନିଷ କିଣିବା ବଦଳରେ ବିଭାଗ ପକ୍ଷରୁ ସ୍ତିରୀକୃତ ବ୍ୟବସାୟୀ ଙ୍କ ଠାରୁ ସାମଗ୍ରୀ କିଣା ଯାଉଥିବା ବେଳେ ନିମ୍ନ ମାନର ମାମଗ୍ରୀ କ୍ରୟ କରାଯାଇ ସମ୍ପୃକ୍ତ ଅଙ୍ଗନବାଡି କାର୍ମୀ ମୋହର(ଷ୍ଟାମ୍ପ) ବନାଯାଉଥିବା ଅଭିଯୋଗ ହେଉଛି । ଅଭିଭାବକ ଙ୍କ କହିବା ଅନୁଯାୟୀ ଯେଉଁ ସାମଗ୍ରୀ ଯୋଗାଇ ଦିଆଯାଇଛି ତାହା 7 ରୁ 8 ଥର ବ୍ୟବହାର ପରେ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି । ଗୋଟିଏ ଯୋତାର ମୁଲ୍ୟ 114 ଟଙ୍କା ଥିବା ବେଳେ 100 ଟଙ୍କାରେ କିଭଳି ଭାବରେ ଗୋଟିଏ ଯୋତା ଓ ସକ୍ସ ଦିଆଯାଉଛି।
ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଅର୍ଥର ଅଧା ହରିଲୁଟ ସହ ବାକି ଅଧା ଅର୍ଥରେ ସାମଗ୍ରୀ କିଣାଯାଇଛି । କେବଳ ଏହି ଅଙ୍ଗନୱାଡି ନୁହଁ ସାରା ଜିଲ୍ଲାରେ ଏଭଳି ଅବାନ୍ତର ପ୍ରକ୍ରିୟାରେ ସାମଗ୍ରୀ କିଣା ସହ ଜନ ସାଧାରଣଙ୍କୁ ଓଲୁ ବନା ଯାଉଥିବା ଅଭିଯୋଗ ହେଉଛି । ଶୀତକାଳୀନ ସମୟରେ ପତଳା ସ୍ବେଟର ସହ ନିମ୍ନ ମାନର ଜୋତା ଦେଇ କୁନି କୁନି କୋମଳମତି ଶିଶୁଙ୍କୁ ଉପହାସ କରାଯାଉଛି ବୋଲି ବୁଦ୍ଧିଜୀବୀ ଗହଣରେ ଚର୍ଚ୍ଚା ଜୋର ଧରିଛି ।
ଅନ୍ୟପକ୍ଷରେ ସ୍ଥାନୀୟ ଅଭିଭାବକ ମହଲରେ ଅସନ୍ତୋଷ କୁହୁଳୁଥିବା ବେଳେ ନନ୍ଦାହାଣ୍ଡି ବ୍ଲକ ଶିଶୁ ପ୍ରକଳ୍ପ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ,ବର୍ତ୍ତମାନ ସୁଦ୍ଧା କୌଣସି ଅଭିଭାବକ ଅଭିଯୋଗ କରିନାହାନ୍ତି । ଯଦି ମୋ ପାଖରେ ଅଭିଯୋଗ ଆସେ ତାହେଲେ ନିଶ୍ଚିତ ତଦନ୍ତ କରିବି ଏବଂ ଉଚ ମାନର ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।