September 28, 2023

Times One Odia

Odia News Portal

ଘନ କୁହୁଡି ଚାଦରରେ ରାଇକିଆ ସହର: ଶୀତ ବସ୍ତ୍ର କିଣାରେ ଗ୍ରାହଙ୍କ ଭିଡ଼

ରାଇକିଆ(ରଜତ କୁମାର ନାୟକ): କନ୍ଧମାଳ ଜିଲ୍ଲାରେ କିଛି ଦିନ ପରେ ପୁଣି ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ ଲଘୁଚାପ ସମ୍ବାବନା ଥିବା ଯୋଗୁଁ ପାଗରେ ପରିବର୍ତ୍ତନ ହୋଇଛି। ଏଥି ପାଇଁ ରାଇକିଆ ଅଞ୍ଚଳରେ ଦୁଇ ରୁ ତିନି ଦିନ ପାଗ ମେଘୁଆ ରହିଛି। କିନ୍ତୁ କୋହଲା ପବନ ବୋହିବା ସହ ଶୀତ ଅନୁଭୂତ ହୋଇଥିବା ବେଳେ ସକାଳୁ ଘନ କୁହୁଡି ହୋଇ ୯ଟା ପର୍ଯ୍ୟନ୍ତ କୁହୁଡି ଚାଦରରେ ରାଜରାସ୍ତା ସମ୍ପୁର୍ଣ୍ଣ ଢାଙ୍କି ହୋଇ ରହୁଛି।

ଏହି ଶୀତର ମଜା ନେବାପାଇଁ ଲୋକେ ବ୍ୟାୟାମ ସହ ଚଲାବୁଲା କରୁଥିବାବେଳେ ଚା ଦୋକାନରେ ଲୋକଙ୍କ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳୁଛି। ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ଶୀତ ଯୋଗୁଁ ଏବେ ଅଞ୍ଚଳର ବିଭିନ୍ନ ଦୋକାନରେ ଶୀତବସ୍ତ୍ରର ପସରା ମଧ୍ୟ ପଡ଼ିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ରଙ୍ଗ ବେରଙ୍ଗର ଶୀତ ବସ୍ତ୍ର କିଣିବାରେ ଦୋକାନ ସମ୍ମୁଖରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ଆଗକୁ ଆହୁରି ଶୀତ ବୃଦ୍ଧି ପାଇବ ବୋଲି ଅନୁମାନ କରା ଯାଉଥିବା ବେଳେ ଶୀତବସ୍ତ୍ର ବ୍ୟବସାୟୀ ମାନଙ୍କ ଭଲ ବେପାର ହେବବୋଲି ଆଶା ରଖି କହିଛନ୍ତି ବ୍ୟବସାୟ ମାନେ।

Leave a Reply

Your email address will not be published. Required fields are marked *