September 26, 2023

Times One Odia

Odia News Portal

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଦିନକୁ ଦିନ ପାରଦ ଖସିବାରେ ଲାଗିଛି: ବଢ଼ୁଛି ଶୀତ ଜନଜୀବନ ଅସ୍ତବ୍ୟସ୍ତ

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କିଛି ଦିନ ହେଲା ଫୁଲବାଣୀ ସମେତ ସମଗ୍ର କନ୍ଧମାଳକୁ ଶୀତ ଛୁଇଁଚି। ଆଜି ଫୁଲବାଣୀରେ ତାପମାତ୍ରା ୯.୮ଡିଗ୍ରୀ ସେଲସିୟସ କୁ ଖସି ଆସୁଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସେହିପରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ମଧ୍ୟ ତାପମାତ୍ରା ଆଜି ୯.୫ ଡିଗ୍ରୀକୁ ସେଲସିୟସ ଖସି ଆସିଛି। ସକାଳ 8 ଟା ଯାଏଁ ଘନ କୁହୁଡ଼ି ପଡ଼ିବା ସହ ଥଣ୍ଡା ପବନ ବୋହିବା ଆରମ୍ଭ ହେଇଛି। ସତେ ଯେପରି ଘନ କୁହୁଡ଼ିରେ ଏକ ସଫେଦ୍ ଚାଦର ତଳେ ଫୁଲବାଣୀ ସହର ଢାଙ୍କି ହୋଇଥିବା ମନେ ହେଉଛି ଘନ କୁହୁଡ଼ି। ସୂର୍ଯ୍ୟ କିରଣକୁ ମଧ୍ୟ ଢାଙ୍କି ରଖିଥିବା ଦୃଶ ବେଶ୍ ନିଆରା। ଫଳରେ ସକାଳୁ ସକାଳୁ ଏହି ହାଲକା ଶୀତ ର ମଜା ଉଠାଉଛନ୍ତି ସହର ବାସୀ। ସେହିପରି ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ,କୋଟଗଡ଼, ବେଲଘର, ଜି ଉଦୟଗିରି, ରାଇକିଆ ଆଦି ଅଞ୍ଚଳରେ ମଧ୍ୟ ଦିନକୁ ଦିନ ପାରଦ ଖସିବାରେ ଲାଗିଛି । ସକାଳେ ୮ଟା ଯାଏଁ କୁହୁଡ଼ିର ରାଜ୍ ଚାଲିଥିବାରୁ ଯାତାୟତରେ ସାମାନ୍ୟ ବାଧା ସ୍ରୁଷ୍ଟି ହେଉଛି। ଏବେ ଥଣ୍ଡା ପଡୁଥିବାରୁ ସକାଳୁ ସକାଳୁ ଗରମ୍ ଗରମ୍ ଚା ପିଇବା ଲାଗୀ ଚା ଦୋକାନରେ ଲୋକଙ୍କ ଭିଡ ମଧ୍ୟ ଜମିଥିବା ଦେଖିବାକୁ ମିଳିଛି । ଆଗକୁ ପାଗ ଶୁଖିଲା ରହିଲେ ଥଣ୍ଡା ଆହୁରି ବଢ଼ିବାର ସମ୍ଭାବନା ରହିଥିବା କଥା ଫୁଲବାଣୀ ପାଣିପାଗ ପର୍ଯ୍ୟ ବେକ୍ଷକ ଅଭିନାସ୍ ମୁଖୀ କହିଛନ୍ତି ।

Leave a Reply

Your email address will not be published. Required fields are marked *