ରାଇଘର ବ୍ଲକରେ ନୂତନ ୱେବ ମିଡିଆ ସଂଘ ଗଠନ
1 min read
ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ନୂତନ ଭାବେ ୱେବ ମିଡ଼ିଆ ସଂଘ ଗଠନ କରାଯାଇଛି। ଏହି ସଂଘର ସଭାପତି ଭାବେ ସାଇ କ୍ରିଷ୍ଣା, ଉପ ସଭାପତି ଭାବେ ରାମଦୟାଲ ସିଂହ୍ନl, ସମ୍ପାଦକ ଭାବେ ମାମୁନି ଚକ୍ରବର୍ତ୍ତୀ, ସହ ସମ୍ପାଦକ ଭାବେ ଗଣେଶ ହରିଜନ, ମିଡ଼ିଆ ସଂଯୋଜକ ଭାବେ ପ୍ରଦୀପ ରାୟ ଓ ଚମର ସିଂ ନାଗଙ୍କୁ ମନୋନୀତ କରାଯାଥିଲା । ଏଥିରେ ସଂଘକୁ କେମିତି ସୁଦୃଡ କରାହେବ ଏବଂ ସମାଜ ଓ ଲୋକଙ୍କ ସମସ୍ୟାକୁ ଲୋକଲୋଚନରେ ଆଣିପାରିବ ସେହି ବିଷୟରେ ଆଲୋଚନା କରାଯାଇଥିଲା । ଯେପରି ଭାବରେ ଜନସାଧାରଣ ଙ୍କ ସମସ୍ୟା ସରକାରଙ୍କ ପାଖରେ ପହଁଚିବ ଏବଂ ସେମାନେ ଉପକୃତ ହୋଇ ପାରିବେ ଏଥିପ୍ରତି ସଜାଗ ରହିବେ। ଉକ୍ତ ସଭାରେ ନବରଙ୍ଗପୁର ୱେବ ମିଡ଼ିଆ ସଂଘର ସମ୍ପାଦକ ମିହିର ଶଙ୍କର ପାତ୍ର, କୋଷାଧକ୍ଷ ଗଗନ ଗନ୍ତାୟତ, ସଭ୍ୟ ସୁଶାନ୍ତ କୁମାର ପଣ୍ଡା, ସତ୍ୟ ନାରାୟଣ ରାଉତ, ବାଙ୍କିମ ବାଛଡ଼ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ରାଇଘର ବ୍ଲକ ର ୱେବ ମିଡ଼ିଆ ସଂଘ କିପରି ସୃଦୁଢ ହେବ ସେଇ ବିଷୟରେ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରାଇଘର ବ୍ଲକ ୱେବ ସଂଘର ସଭାପତି ସମସ୍ତ ସଭ୍ଯଙ୍କୁ କରୋନା ସଚେତନତା ବାର୍ତ୍ତା ସମସ୍ତ ଜନ ସାଧାରଣଙ୍କ ପାଖକୁ ପହଞ୍ଚାଇବା ପାଇଁ ଆହ୍ବାନ ଦେଇଥିଲେ।