September 26, 2023

Times One Odia

Odia News Portal

ଖସୁଛି ପାରଦ: ଆସୁଛି ହାଡଭଙ୍ଗା ଶୀତ

ଭୁବନେଶ୍ୱର: ଆସନ୍ତା ୨ରୁ ୩ ଦିନ ଭିତରେ ରାଜ୍ୟରେ ତାପମାତ୍ରା କମିବ। ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ଥିବାରୁ ଉତ୍ତର ଓଡିଶାର ଜିଲ୍ଲା ଗୁଡିକରେ ତାପମାତ୍ରା କମିବ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ମଧ୍ୟ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ କମିବ। ରାଜ୍ୟର ୫ଟି ସ୍ଥାନରେ ୧୫ ଡିଗ୍ରୀ କିମ୍ବା ତାଠାରୁ କମ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ଭିତରେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସୋନପୁରର ତାପମାତ୍ରା ଥିଲା ୧୧.୮ ଡିଗ୍ରୀ ସେଲସିୟସ। ସେହିପରି ଅନୁଗୁଳ ୧୨.୬, ଦାରିଙ୍ଗବାଡି ୧୪.୦, ଝାରସୁଗୁଡା ୧୪.୧, କେନ୍ଦୁଝର ୧୫. ୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୨୦.୬ ଡିଗ୍ରୀ ଓ କଟକରେ ୧୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଏହା ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଭବାନୀପାଟଣା, ଫୁଲବାଣୀ, ଦାରିଙ୍ଗବାଡି ଓ ସୋନପୁର ରେ ପ୍ରବଳ କୁହୁଡ଼ି ହୋଇଥିବା ପାଣିପାଗ କେନ୍ଦ୍ର ଡ୍ୟୁଟି ଅଫିସର ସୁଧାକର ମଲ୍ଲିକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *