September 21, 2023

Times One Odia

Odia News Portal

ଗାଁକୁ ନାହିଁ ରାସ୍ତା କି ପିଇବାକୁ ମିଳୁନି ପାଣି

ମୟୂରଭଞ୍ଜ(ଅବିନାଶ ମହାନ୍ତି): ଶିମିଳିପାଳ ପାଦଦେଶରେ ଥିବା ପାହାଡ଼ ଜଙ୍ଗଲରେ ଘେର ମଧ୍ୟରେ ରହିଛି। ଉଦଳା ବ୍ଳକ ଅନ୍ତର୍ଗତ ବାଲମା ଗ୍ରାମ ଏଠି ବସବାସ କରନ୍ତି ପ୍ରାୟ ୫୦ ରୁ ୬୦ ଆଦିବାସୀ ପରିବାର। ଏହି ଗ୍ରାମକୁ ଯିବାକୁ ହେଲେ ଗୋଟିଏ ନଈ ଏବଂ ୧ କିଲୋମିଟର ପାଦଚଲା ରାସ୍ତା ଅତିକ୍ରମ କରିବାକୁ ହୁଏ। ରାଜ୍ୟ ସରକାର ଗାଁରୁ ସହର ଗମନା ଗମନ ରୁ ଅରମ୍ଭ କରି ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉ କହୁଥିବା ବେଳେ ଏହି ଅଚଳକୁ ଦେଖିଲେ କିନ୍ତୁ ସରକାରଙ୍କ ବିକାଶ ଧାରା କେତେ ଯେ ଆଗେଇଛି ତାହା ଏଠାରେ ପଷ୍ଠ ଅନୁମେୟ। ଏପରିକି ଏହି ଗ୍ରାମରେ (ଦେଅ) ନଦୀର ସ୍ଥାୟୀ ପୋଲ ପାଇଁ ଗ୍ରାମବାସୀମାନେ ବିଭିନ୍ନ ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳି ପାରିନାହିଁ। ଏହି ଗ୍ରାମରେ ସ୍କୁଲଟିଏ ଅଛି ସତ ହେଲେ ବର୍ଷା ଦିନରେ (ଦେଅ) ନଦୀର ଜଳ ପ୍ରବାର ଥିବାରୁ ଶିକ୍ଷକମାନେ ନଈ ପାର ହୋଇପାରନ୍ତି ନାହିଁ।ଫଳରେ ୩ ମାସ ଶିକ୍ଷା ସେବା ବନ୍ଦ ରୁହେ। ପ୍ରତ୍ୟେକ ଗ୍ରାମ ଏବଂ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନେଇ କେତେ କଣ ଯୋଜନା ଯେଉଁଥିରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା।ହେଲେ ଏହି ଯୋଜନା କେତେ ଦୂର କାର୍ଯ୍ୟକାରୀ ତାହାର ଜଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଏହି ଗ୍ରାମରେ ନଳକୂପଟିଏ ଆଛି ସତ କିନ୍ତୁ ୨ ରୁ ୪ ବାଲଟି ପାଣି ନେଲାପରେ ନଳକୂପରେ ପାଣି ସରିଯାଏ। ଫଳରେ ଗ୍ରାମର ଲୋକମାନ କୁଅ ଏବଂ ନଦୀର ଜଳ ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି। ତେବେ ପାନୀୟ ଜଳ ନିମତେ ସରକାର ବସୁଧା ଠାରୁ ଆରମ୍ଭ କରି କେତେ କଣ ଯୋଜନା କରିଛନ୍ତି ତାହାର ସ୍ବଚ୍ଛଳ ରୂପାୟନ ଉପରେ ବେସ୍ ବୟାନ ବାଜି କରୁଛନ୍ତି। ହେଲେ କିଛି ସ୍ଥାନରେ ଏହାର ସଫଳ ମିଳି ପାରି ନାହିଁ। ଏହି ବାଲମା ଗ୍ରାମର ଲୋକମାନଙ୍କ ବର୍ଷା ଦିନରେ କୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ହେଲେ ଗ୍ରାମକୁ ଆମ୍ବୁଲାସ୍ ଟିଏ ପହଞ୍ଚିପାରେ ନାହିଁ। ଫଳରେ ଗ୍ରାମର ଲୋକମାନ ଏକ ହଣ୍ଡା ସାହାଯ୍ୟରେ ରୋଗିକୁ ନଈ ପାରି କରିଥାନ୍ତି। ଏହିଭଳି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ନେହୁରା ହେବା ସତ୍ତ୍ବେବି ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଏହି ସମସ୍ୟାକୁ ନେଇ ଆମ ଜିଲ୍ଲା ପ୍ରତିନିଧି ଉଦଳା ମଣ୍ଡଳ ଉନ୍ନୟନ ଅଧିକାରୀଣୀ ଦେବଯାନୀ ଭୂୟାଁକୁ ଜଣାଇଥିଲେ। ସେ କହିଛନ୍ତି ଅନୁସନ୍ଧାନ କରି ସହାୟତା ପ୍ରଦାନ କରିବେ। ସବୁପରେ କେବେ ଏହି ଗ୍ରାମ ବାସୀଙ୍କ ପାନୀୟ ଜଳ ଏବଂ ରାସ୍ତା ସମସ୍ଯ ଦୁର ହେଉଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *