ବର୍ଷ ଶେଷରେ କନ୍ଦାଇଲେ କୋହଲି, ଭୁଲି ହବନି ଆଡିଲେଡର ଲଜ୍ଜାଜନକ ପରାଜୟ

ବର୍ଷ ୨୦୨୦ ଶେଷଭାଗରେ ଆଡିଲେଡ ପରାଜୟ ସହିତ ଭାରତୀୟ କରିକେଟ ପ୍ରେମୀଙ୍କୁ କୋହଲି ବାହିନୀ ଯେଉଁ ଶକ୍ତ ଝଟକା ଦେଇଛି , ତାହା ଅଭୁଲା ରହିବ । ମ୍ୟାଚ୍ ଜିତିପାରିଥାନ୍ତେ, କିନ୍ତୁ କଙ୍ଗାରୁ ଦଳ ହାତକୁ ଫିଙ୍ଗି ଦେଲେ । ତୃତୀୟ ଦିନରେ ଭାରତୀୟ ବ୍ୟାଟସ୍ ମ୍ୟାନ ଯେଭଳି ଆଉଟ୍ ହେଉଥିଲେ , ଲାଗୁଥିଲା ମାଗଣାରେ କରୋନା ଭାକସିନ୍ ମିଳୁଛି ଯିଏ ଆଗ ଆସିବ , ଆଗ ପାଇବ। ୪୯୨୦ ୪୦୮୪ ୦୧ , ଏହା କୌଣସି ମୋବାଇଲ ନଂବର ପରି ଲାଗୁଥିଲେ ମଧ୍ୟ ସତ ହେଉଛି , ଆଡିଲେଡରେ ଏହା ଭାରତର ଦ୍ବିତୀୟ ଇନିଂସର ବ୍ୟାଟସ୍ ମ୍ୟାନଙ୍କ ବ୍ୟକ୍ତିଗତ ସ୍କୋର କାର୍ଡ । ୨୦୧୯ ବିଶ୍ବକପ୍ ସେମି ଫାଇନାଲ ପରାଜୟ ପରି ଆଡିଲେଡରେ ୩୬ ରନର ସବୁଠାରୁ କମ୍ ସ୍କୋର , ସବୁଦିନ ପାଇଁ ମନେରହିବ । ବର୍ଷ ୨୦୨୦ ଶେଷକୁ ଭାରତୀୟ ଦଳ କ୍ରିକେଟ ପ୍ରେମୀଙ୍କୁ ଏହି ଲଜ୍ଜାଜନକ ପରାଜୟ ଦେଇଥିବା ଆଘାତ ଅଭୁଲା ରହିବ । କେବଳ ଏତିକି ନୁହଁ ୨୭ ରନରେ ଅଷ୍ଟେଲିଆ ବିପକ୍ଷରେ ୯ଟି ୱିକେଟ ହରାଇବା , ଦଳର ବ୍ୟାଟିଂ ଶକ୍ତିକୁ ବି ସାମ୍ନାକୁ ଆଣିଛି। ସିରିଜରେ ଆଉ ୩ ମ୍ୟାଚ ବାକି ରହିଛି । କୋହଲିଙ୍କ ବିନା ଭାରତୀୟ ଦଳ।କିପରି ପୁରା ସିରିଜରେ କଙ୍ଗାରୁ ବୋଲରଙ୍କ ପେସ୍ ଓ ବାଉନ୍ସକୁ ସାମ୍ନା କରିବେ ତାହା ବି ହବ ବଡ ଚ୍ୟାଲେଞ୍ଜ ।