September 21, 2023

Times One Odia

Odia News Portal

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ କୋକସରା ସିଡିପିଓ

କୋକସରା(ଦେବେନ୍ଦ୍ର ସାଗର): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜୟନ୍ତୀ ମହାନ୍ତି ଗୁରୁବ।ର ଏକ ଅଙ୍ଗନ ବ।ଡି କର୍ମୀଙ୍କ ଠାରୁ ପ।ଞ୍ଚହାଜର ଟଙ୍କା ଲାଞ୍ଚନେଉଥିବା ବେଳେ ଭିଜିଲାନ୍ସ ହାତରେ ଧର।ପଡିଛନ୍ତି ।ସୂଚନା ଅନୁସାରେ, ଲଡୁଗାଁ ପଞ୍ଚାୟତ ସୁନାମାଲ ଗ୍ରାମର ଆରତୀ ଧଙ୍ଗଡାମାଝୀ ଗାଁରେ ମିନି ଅଙ୍ଗନବାଡ଼ି ଭାବରେ କାର୍ଯ୍ୟ କରିଆସୁଛନ୍ତି । କୌଣସି କାରଣ ବସତ ତାଙ୍କ ତିନି ମାସର ଦରମା ପାଇ ନ ଥିବା ହେତୁ ସେହି ତିନି ମାସର ଦରମା କରେଇ ଦେବାପାଇଁ ଅଙ୍ଗନ ବାଡ଼ି କର୍ମୀଙ୍କୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଯାହାଫଳରେ ଆରତୀ ଭିଜିଲାନ୍ସର ଦୁଆରସ୍ତ ହୋଇଥିଲେ । ପରେ କୋରାପୁଟ ଭିଜିଲାନ୍ସ ଡିଭିଜନ ଜୟପୁର ଠାରେ ଏକ ମାମଲା ରୁଜୁ କରାଯାଇ ଗୁରୁବାର ଦିନ କଳାହାଣ୍ଡି ଜିଲ୍ଲା ଭିଜିଲାନ୍ସ ଡି ଏସ୍ ପି ସତ୍ୟବାନ ମହାନନ୍ଦ ଙ୍କ ନେତୃତ୍ୱରେ
ଏକ ଟିମ କୋକସରା ସି ଡି ପି ଓ ଙ୍କ କାର୍ଯ୍ୟାଳୟ କୁ ପହଞ୍ଚି ଅଙ୍ଗନ ବାଡ଼ି କର୍ମୀ ଆରତୀଙ୍କ ଠାରୁ ପାଞ୍ଚ ହଜାର
ଟଙ୍କା କୋକସରା ସି ଡି ପି ଓ ଜୟନ୍ତୀ ମହାନ୍ତି ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ ଧରିଥିଲେ । ସେ ଜଣେ ଦୃନୀତି ଗ୍ରସ୍ତ ଅଫିସର ଓ ତାଙ୍କ କାର୍ଯ୍ୟ କଲାପରେ ଅଧିକାଂଶ ଅଙ୍ଗନ ବାଡ଼ି କର୍ମୀ ଅସନ୍ତୋଷ ପ୍ରକାଶ କରୁଥିଲେ ସେ ତିନି ବର୍ଷ ହେବ କାହାକୁ ଖାତିର ନକରି ଶାସନ କରି ଆସୁଥିଲେ ବୋଲି ସମସ୍ତେ ପ୍ରକାଶ କରୁ ଥିବା ଜଣା ପଡୁଛି ।

Leave a Reply

Your email address will not be published. Required fields are marked *