ଆଇଟିଡିଏ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢଉ

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ ଓ ଅନ୍ୟ ଦୁଇ ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା(ଉମରକୋଟ) ଓ ପ୍ରମୋଦ କୁମାର ପ୍ରଧାନ(କୋଷାଗୁମୁଡା) ନବରଙ୍ଗପୁର ଭିଜିଲାନ୍ସ ଦ୍ୱାରା ଅଟକ ରହିଥିବା ଜଣାପଡ଼ିଛି। ନିଜ ଅଫିସ ବୋଲେରୋ ରେ ଏକ ବ୍ୟାଗରେ ୩ଲକ୍ଷ ୧୧ ହଜାର ଟଙ୍କା ନେଇ ପାପଡାହାଣ୍ଡି ଅଭିମୁଖେ ଯାଉଥିବାବେଳେ ପାପଡାହାଣ୍ଡି ସ୍ଥିତ ମୃଗ ବିହାର ନିକଟରେ କୌଣସି ବିଶ୍ୱସ୍ଥସୂତ୍ରରୁ ଖବର ପାଇ ନବରଙ୍ଗପୁର ଭିଜିଲାସନ୍ସ ଗାଡିକୁ ଅଟକାଇଥିଲେ।
ବୋଲେରୋରେ ଯାଞ୍ଚ କରିବା ସମୟରେ ବ୍ୟାଗ ଭିତରେ ୩ଲକ୍ଷ ୧୧ହଜାର ଟଙ୍କା ଭିଜିଲାନ୍ସ ଠାବ କରିଥିଲେ। ପଚରାଉଚରା ସମୟରେ ଉକ୍ତ ବ୍ୟାଗ ଟି ପ୍ରମୋଦ କୁମାର ପ୍ରଧାନଙ୍କ ବୋଲି ଜଣାପଡିଛି । ଏତେ ଟଙ୍କା ଧରି ସନ୍ଧ୍ୟାରେ ନିଜ ଅଫିସ ବୋଲେରୋରେ ସେମାନେ କେଉଁଆଡେ ଯାଉଥିଲେ ଏବଂ କେଉଁଠାରୁ ଆଣିଲେ ତାହାକୁ ନେଇ ନବରଙ୍ଗପୁର ଭିଜିଲାନ୍ସ ତଦନ୍ତ ଚଳାଇଛି । ୩ଜଣଙ୍କୁ ଭିଜିଲାନ୍ସ ଡିଏସ୍ପି ରାତ୍ରିରେ କାର୍ଜ୍ୟାଳୟ ରେ ଅଟକ ରଖି ପଚରାଉଚରା ଜାରୀ ରଖିଛନ୍ତି।