ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ: ଜବତ ହେଲା ପୁଳା ପୁଳା ଟଙ୍କା

ଭୁବନେଶ୍ବର: ସକାଳୁ ସକାଳୁ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ହାତରେ ଲାଗିଛି ପୁଳା ପୁଳା ଟଙ୍କା। ପାରଳାଖେମୁଣ୍ଡିର ଜଣେ ଅଧ୍ୟାପକଙ୍କ ଘରେ ଚଢଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ପୁଳା ପୁଳା ଟଙ୍କା ଜବତ କରିଛନ୍ତି। ପାଖାପାଖି ୩୦ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ତେବେ ଗଜପତି ଜିଲ୍ଲା ମୀନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ଜି. ନାଗେଶ୍ବର ରାଓ ଏତେ ଟଙ୍କା କୁଆଡୁ ଆଣିଲେ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ତାଙ୍କର ଅତି ମୂଲ୍ୟବାନ କୋଠା ସହ ବ୍ୟାଙ୍କ ଆକାଉଣ୍ଟ ରହିଛି। ପାରଳା ସହରରେ ଥିବା ଘର ସମେତ ମୋଟ ୬ଟି ଜାଗାରେ ଭିଜିଲାନ୍ସ ଟିମ୍ ଚଢଉ ଜାରି ରଖିଛନ୍ତି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢଉ କରିଥିବା ସୂଚନା ମିଳିଛି।