September 26, 2023

Times One Odia

Odia News Portal

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

ରାଇଘର(ଜ୍ୟୋତି ପ୍ରକାଶ ସାହୁ): ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ଛାତ୍ରୀଙ୍କ ସାର୍ଟିଫିକେଟ ସଂଶୋଧନ କରିବା ନିମନ୍ତେ ଅଭିଭାବକ ଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉ ଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଲେ ପ୍ରଧାନଶିକ୍ଷକ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ କୁନ୍ଦେଇ ପଞ୍ଚାୟତର ଦନିପାରା ଗ୍ରାମର ଇନ୍ଦୁଲି ରାମ ଗଣ୍ଡଙ୍କ ଝିଅ ଦୁର୍ଗା ବତୀ ଗଣ୍ଡଙ୍କ ଦଶମ ସାର୍ଟିଫିକେଟରେ କିଛି ନାମ ଭୁଲ୍ ରହିଥିବା ଯୋଗୁଁ ସଂଶୋଧନ ନିମନ୍ତେ ହାଟଭରଣ୍ଡି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଧଳଙ୍କୁ ଜଣାଇଥିଲେ। ଦଶମ ବୋର୍ଡ ସାର୍ଟିଫିକେଟରେ ନାମ ଠିକ୍ ରହି ଥିବା ବେଳେ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟରେ କିଛି ଭୁଲ୍ ଥିବା ଯୋଗୁଁ ସଂଶୋଧନ କରିବା ନିମନ୍ତେ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ। ହେଲେ ଏହା ପାଇଁ ପ୍ରଧାନ ଶିକ୍ଷକ ଜଣକ ଦୁଇ ହଜାର ଟଙ୍କା ମାଗି ଥିଲେ। ଗରିବ ପରିବାର ଯୋଗୁଁ ଦୁଇ ହଜାର ଟଙ୍କା ଦେବା ସମ୍ଭବପର ହୋଇ ନ ଥିବା ବେଳେ ଏ ସମ୍ପର୍କରେ ଭିଜିଲାନ୍ସ କାର୍ଯ୍ୟାଳୟ ଠାରେ ଜଣାଇଥିଲେ। ଅଭିଯୋଗକୁ ଗୁରୁତ୍ତ୍ୱ ଦେଇ ଭିଜିଲାନ୍ସ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରି ଏକ ଛଅ ଜଣିଆ ଟିମ୍‌ ହାଟ ଭରଣ୍ଡି ସ୍ଥିତ ସରକାରୀ କାର୍ଯ୍ୟାଳୟ ଠାରେ ଚଢ଼ଉ କରିଥିଲେ। ସମସ୍ତ ଯୋଜନା ଅନୁଯାଇ ଦୁଇ ହଜାର ଲାଞ୍ଚ ନେଉ ଥିବା ସମୟରେ ଭିଜିଲାନ୍ସ ଟିମ୍‌ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଥିଲା। ପରେ ଭିଜିଲାନ୍ସ ପକ୍ଷରୁ ଅଫିସ ସହ ଘରର ସମସ୍ତ କାଗଜ ପତ୍ର ଯାଞ୍ଚ କରି ଥିଲେ। ଏବେ ସୁଦ୍ଧା ଘଟଣାର ତଦନ୍ତ ଜାରୀ ରହିଛି।

Leave a Reply

Your email address will not be published. Required fields are marked *