September 26, 2023

Times One Odia

Odia News Portal

ଋଷରେ ୭୦ଟି କ୍ଲିନିକରେ ଦିଆଯାଉଛି ସ୍ପୁଟନିକ ଟିକା

କରୋନା ଟିକାକୁ ନେଇ ୠଷରୁ ଆସିଛି ଭଲ ଖବର । ବ୍ରିଟେନ କରୋନା ଟିକାକୁ ଅନୁମୋଦନ କରିବା ପରେ ଋଷ ରାଜଧାନୀ ମସ୍କୋରେ ୭୦ଟି କ୍ଲିନିକ୍ ମାଧ୍ୟମରେ ସ୍ପୁଟନିକ୍ ଟିକା ବଣ୍ଟନ ଆରମ୍ଭ ହୋଇଛି। କରୋନା ରୋଗ ବିରୋଧରେ ଋଷରେ ଏହା ପ୍ରଥମ ଟୀକାକରଣ ବୋଲି କୁହାଯାଉଛି। ୠଷର ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଋଷ ଦ୍ୱାରା ପ୍ରସ୍ତୁତ ଟିକା ପ୍ରଥମେ ଡାକ୍ତର , ଡାକ୍ତରଖାନା କର୍ମଚାରୀ, ଶିକ୍ଷକ ଏବଂ ସାମାଜିକ କର୍ମୀମାନଙ୍କ ପାଇଁ ଉପଲବ୍ଧ ହେବ ।

ତେବେ ଯେଉଁମାନେ ଟିକା ଗ୍ରହଣ କରୁଛନ୍ତି ସେଠାକାର ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଟିକାକରଣ କରାଯାଉଛି । ସେହିପରି ଗର୍ଭବତୀ ମହିଳା ଏବଂ ଯେଉଁମାନେ ଗତ ଦୁଇ ସପ୍ତାହ ଧରି ଶ୍ବାସକ୍ରିୟା ରୋଗରେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କୁ ଟୀକାକରଣ କରାଯିବନି ବୋଲି କୁହାଯାଇଛି ।

ଋଷ ଦୁଇଟି କରୋନା ଟୀକା ବିକଶିତ କରିଛି । ଗୋଟିଏ ସ୍ପୁଟନିକ୍ ଭି । ସ୍ପୁଟନିକ୍ ଭି ଟିକା ଦୁଇଟି ଇଞ୍ଜେକ୍ସନରେ ଦିଆଯାଏ । ପ୍ରଥମ ଡୋଜ୍ ୨୧ ଦିନ ପରେ ଦ୍ବିତୀୟ ଡୋଜ୍ ଦିଆଯାଇଥାଏ ।

Leave a Reply

Your email address will not be published. Required fields are marked *