September 26, 2023

Times One Odia

Odia News Portal

ଦେଶର ୩୦ କୋଟି ଲୋକଙ୍କୁ ପ୍ରଥମେ ଦିଆଯିବ କରୋନା ଟିକା: ୬୦ କୋଟି ଡୋଜ୍ ବଂଟନ ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ଦେଶରେ କେମିତି ଦିଆଯିବ କରୋନା ଟିକା, ଏନେଇ ଏସଓପି ଜାରି କରିଛନ୍ତି କେନ୍ଦ୍ର ସରକାର । ଜଣକୁ ଦୁଇଟି ଡୋଜ୍ ଦିଆଯିବ । ଏମିତି ଥରକେରେ ୧୦୦ ଜଣଙ୍କୁ ଦିଆଯିବ ଟିକା । ମୋଟରେ ୬୦୦ ଲକ୍ଷ ଟିକା ବ୍ୟବସ୍ଥା କରୁଛନ୍ତି କେନ୍ଦ୍ର ସରକାର । ଟିକା ରଖିବା ୨ରୁ ୮ ଡିଗ୍ରୀ ତାପମାତ୍ରାର ରଖାଯିବ । ଏଥିପାଇଁ ୨୯ ହଜାର କୋଲ୍ଡ ଚେନ୍ ବ୍ୟବସ୍ଥା କରାଯାଉଛି । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ। ୫ଜଣଙ୍କ ମଧ୍ୟରେ ଜଣେ ମୁଖ୍ୟ ଅଧିକାରୀଙ୍କୁ ଅନ୍ୟ ୪ ଜଣ ସାହାଯ୍ୟ କରିବେ | ମୁଖ୍ୟ ବ୍ୟକ୍ତି ଜଣେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ କିମ୍ବା ଇଞ୍ଜେକ୍ସନ ଦେବା ପାଇଁ ଯୋଗ୍ୟ ବ୍ୟକ୍ତି ହୋଇଥିବା ଦରକାର | ଦ୍ୱିତୀୟ ଅଧିକାରୀ ସୁରକ୍ଷା ପାଇଁ ରହିବେ । ସେ ଉପଭୋକ୍ତା ପଞ୍ଜିକରଣ ଯାଞ୍ଚ କରିବେ ଏବଂ ଟିକାକରଣ କେନ୍ଦ୍ରର ପ୍ରବେଶ ପଥ ଜଗିବେ। ତୃତୀୟ ଅଧିକାରୀ ଡକ୍ୟୁମେଣ୍ଟ ଯାଞ୍ଚ କରିବା ସହ ଚତୁର୍ଥ ଏବଂ ପଞ୍ଚମ ଅଧିକାରୀ ଭିଡ଼ ପରିଚାଳନା ଏବଂ ଯୋଗାଯୋଗ ପାଇଁ ରହିବେ। ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଅପେକ୍ଷା କରିବା, ଟିକାକରଣ ଏବଂ ପର୍ଯ୍ୟବେକ୍ଷଣ ପାଇଁ ୩ଟି କକ୍ଷ ରହିବ।

Leave a Reply

Your email address will not be published. Required fields are marked *