ଉତ୍ତର କାବୁଲରେ ବୋମା ବିସ୍ଫୋରଣ: ତିନି ମୃତ

ଆଫଗାନିସ୍ତାନ ରାଜଧାନୀ କାବୁଲରେ ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। କାବୁଲ ପୋଲିସର ମୁଖ୍ୟଙ୍କ ଅନୁଯାୟୀ ଉତ୍ତର କାବୁଲରେ ବନ୍ଦ କାରରେ ବୋମା ଲଗାଇ ବିସ୍ଫୋରଣ କୟାଯାଇଥିଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥଛି, ଦୁଇ ଜଣ ଆହତ ହୋଇଛନ୍ତି । ସେହିପରି ପୂର୍ବ କାବୁଲରେ ଆଫଗାନିସ୍ତାନ ସରକାରୀ ଓକିଲଙ୍କୁ ଗୁଳି କରି ହତ୍ୟା କରାଯାଇଛି । କାର୍ଯ୍ୟାଳୟକୁ ଯାଉଥିଲାବେଳେ ତାଙ୍କୁ ଟାର୍ଗେଟ କରିଥିଲେ ଆତଙ୍କୀ । ଏହି ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀ ନିଜକୁ ଦାୟୀ କରିଛି। କଟ୍ଟରପନ୍ଥୀ ସଂଗଠନ ଏହାର ସହଯୋଗୀ ନ୍ୟୁଜ୍ ୱେବସାଇଟ୍ ଆମାକ୍ ମାଧ୍ୟମରେ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହିଛି ।