September 21, 2023

Times One Odia

Odia News Portal

ଆସିଲା ଅନଲକ୍-୬.୦: ଗାଇଡଲାଇନ: ନଭେମ୍ବର ୧୬ରୁ ରାଜ୍ୟରେ ଖୋଲିବ ସ୍କୁଲ

1 min read

ଭୁବନେଶ୍ବର: ରାଜ୍ୟ ସରକାର ଶନିବାର ନଭେମ୍ବର ମାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। ଅନଲକ୍-୬ର ଗାଇଡଲାଇନ୍ ଅନୁଯାୟୀ ଆଗାମୀ ନଭେମ୍ବର ୧୬ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ। କେବଳ ନବମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିବେ। ଏହାବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ। ଅନଲାଇନ୍ ଶିକ୍ଷା ଓ ଟେଲି ପରାମର୍ଶକୁ ଗୁରୁତ୍ବ ଦିଆଯିବାକୁ କୁହାଯାଇଛି। ଏଥିଲାଗି ଗଣଶିକ୍ଷା ବିଭାଗ ଟିଚିଂ ଓ ନନଟିଚିଂ କର୍ମଚାରୀଙ୍କୁ ସ୍କୁଲକୁ ଡକାଇପାରିବେ। ଅପରପକ୍ଷରେ ରିସର୍ଚ୍ଚ ସ୍କଲାର୍ ଓ ପୋଷ୍ଟ ଗ୍ରାଜୁଏଟଙ୍କ ପାଇଁ ଲାବୋରାଟୋରୀରେ କାମ ଥିଲେ, ସେମାନଙ୍କ ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲା ଯାଇପାରିବ।

ଗାଇଡଲାଇନ ଅନୁସାରେ ନଭେମ୍ବର ୧୫ ଯାଏଁ ସବୁ ସିନେମା ହଲ୍ ଓ ସୁଇମିଂପୁଲ୍ ବନ୍ଦ ରହିବ। ବିବାହ ଉତ୍ସବରେ ସର୍ବାଧିକ ୨୦୦ଜଣ ଏବଂ ଅନ୍ତିମ ସଂସ୍କାରରେ ୫୦ଜଣ ଯୋଗ ଦେଇପାରିବେ। ଗାଇଡ୍‌ଲାଇନ୍‌ ଅନୁଯାୟୀ ସରକାର ପୂର୍ବବତ୍‌ କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକରେ ଲକଡାଉନ୍ ବଳବତ୍ତର ରଖିଛନ୍ତି। କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାରର ଗତିବିଧି ଉପରେ ନିଷେଧାଦେଶ ବଳବତ୍ତର ରହିଛି।

କଣ୍ଟେନମେଣ୍ଟ ଜୋନ୍‌ରେ ଏହି ନିଷେଧାଦେଶ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିସହ କୋଭିଡ୍‌-୧୯ ସଂକ୍ରମଣ ଶୃଙ୍ଖଳକୁ ଫଳପ୍ରଦ ଭାବେ ଭାଙ୍ଗିବା ଉଦ୍ଦେଶ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସମସ୍ତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବ। କେବଳ ଜରୁରୀ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବ। କୋଭିଡ୍‌-୧୯ ସଂକ୍ରମଣ ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକୁ ଚିହ୍ନଟ କରିବେ।

Leave a Reply

Your email address will not be published. Required fields are marked *