September 21, 2023

Times One Odia

Odia News Portal

କନ୍ଧମାଳ ସାଂସଦଙ୍କ ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ରାଇକିଆ(ରଜତ କୁମାର ନାୟକ): କନ୍ଧମାଳ ସାଂସଦ ଡ଼ ଅଚୂତ ସାମନ୍ତଙ୍କ ରାଇକିଆ ବ୍ଲକ୍ ଗ୍ରସ୍ତ କରି ବିଭିନ୍ନ ପ୍ରକଳ୍ପ ଉଦଘାଟିତ କରିଛନ୍ତି। ସାଂସଦଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଉଦଘାଟିତ କରିଥିବା ବେଳେ ପ୍ରଥମ ଥର ପାଇଁ ଦାରିଙ୍ଗବାଡି ବ୍ଲକ୍ ରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ଇକୋ ରିଟ୍ରିଟ ବୁଧବାର ଶୁଭ ଉଦ୍ଘାଟନି କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାହ୍ନ ୩.୩୦ ଘଣ୍ଟିକାରେ ରାଇକିଆରେ ପହଞ୍ଚିଥିଲେ। ସାଂସଦ ଡ଼ ଅଚୂତ ସାମନ୍ତ, ବିଧାୟକ ସାଲୁଗା ପ୍ରଧାନ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନଙ୍କ ଦ୍ବାରା ନୁତନ ଭାବେ ସୁରେନ୍ଦ୍ର ପଣ୍ଡାଙ୍କ ପରିବାର ଦ୍ବାରା ନିର୍ମିତ ହୋଇଥିବା ସ୍ଵାସ୍ତିକ କଲ୍ୟାଣି ମଣ୍ଡପକୁ ଉଦଘାଟନ କରାଯିବା ସହ ବିଭିନ୍ନ ଭଲିବଲ୍ ଖେଳାଳିଙ୍କୁ ଖେଳ ଉପକରଣ ପ୍ରଦାନ କରାଯାଇଥିଲା ଏବଂ ଥାନା ସମ୍ମୁଖରେ ନିର୍ମିତ ହୋଇଥିବା ମିନି ପାର୍କକୁ ଉଦଘାଟନ କରିଥିଲେ।ତତ୍ ସହ ରାଇକିଆ ପଞ୍ଚାୟତ ସମିତି ପାଣ୍ଠିରୁ ସେଣ୍ଟ କାଥାରିନ୍ ବାଳିକା ବିଦ୍ୟାଳୟର ପାଇଁ ନିର୍ମିତ ଡାଇନିଂ ହଲ୍ ଉଦଘାଟନ କରିଥିବା ବେଳେ ସେଠାରେ ଥିବା ଅନାଥଶ୍ରମରେ ରହୁଥିବା କୁନି କୁନି ଛୁଆଙ୍କ ପାଇଁ ଶୀତ ବସ୍ତ୍ର‌ କିଣିବା ନିମନ୍ତେ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏବଂ ସୁଗଡବାଡି,ଗୁମାମାହା ଗ୍ରାମ ପଞ୍ଚାୟତର ପାଠାଗାର, ମଣ୍ଡାସରୁ ମାର୍କେଟ କମ୍ପ୍ଲେକ୍ସ,ତଗାକିଆ ଗ୍ରାମର ଅଙ୍ଗନବାଡ଼ି ଓ ଗୋଷ୍ଠୀ ଗୃହ ଉଦଘାଟନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଇକିଆ ବିଡ଼ିଓ ପ୍ରବିଣ କୁମାର ବାଣୁଆ, ନିର୍ବାହ ଅଧିକାରୀ ଅନିଲ ପଟ୍ଟନାୟକ, ସାଂସଦ ପ୍ରତିନିଧି ତଥା ବ୍ଲକ୍ ଯୁବ ସଭାପତି ସୁଧାଂଶୁ ପାଣିଗ୍ରାହୀ, ବିଜେଡି ସଭାପତି ରାଜମୋହନ ଦିଗାଳ,ଜିଲ୍ଲା ପରିଷଦ ସଭ୍ୟ ଆର୍ ମୃତ୍ୟୁଞ୍ଜୟ ପାତ୍ର,ସୁରଜ୍ କୁମାର ନାୟକଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *