ମଣ୍ଡାସରୁ ପର୍ଯ୍ୟଟନ କେନ୍ଦ୍ରରେ ପ୍ରକୃତିପ୍ରେମୀଙ୍କ ଭିଡ଼

ରାଇକିଆ(ରଜତ କୁମାର ନାୟକ): ଶୀତ ଦିନ ଆସିଲେ ମନେ ପଡେ କନ୍ଧମାଳକୁ।କୋରନା ମହାମାରୀ ପାଇଁ ଦୀର୍ଘ ଆଠ ମାସପରେ ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ପରେ ଖୋଲା ଯାଇଛି ପର୍ଯ୍ୟଟନ କେନ୍ଦ୍ର।ଏହା ପରେ ଜିଲ୍ଲାର ଅନେକ ସ୍ଥାନରେ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଏବଂ ପିକନିକ୍ ସ୍ଥାନ ମାନଙ୍କରେ ପ୍ରକୃତିପ୍ରେମିଙ୍କ ସମାଗମ ହେଉଛି।ସେଥି ମଧ୍ୟରୁ ଜିଲ୍ଲାର ଅନ୍ୟତମ ଆକର୍ଷଣ ପର୍ଯ୍ୟଟନ କେନ୍ଦ୍ର ରାଇକିଆ ବ୍ଲକ୍ ରେ ଥିବା ମଣ୍ଡାସରୁ ଇକୋ ଟୁରିଜିମ୍ ସେଣ୍ଟର୍। ଜିଲ୍ଲା ସହର ଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ। କନ୍ଧମାଳ ଜିଲ୍ଲାରେ ଏମିତି ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି ହେଲେ ମଣ୍ଡାସରୁ ତା’ର ସ୍ୱତନ୍ତ୍ରତା ବାଜାୟ ରଖିଛି।ପ୍ରକୃତିର ଏକ ଅନନ୍ୟ ଅବଦାନ କହିଲେ ଭୁଲ୍ ହେବନାହିଁ।
ସେଠାରେ ଦୁଇ ଗୋଟି ବିଶାଳ ପାହାଡ଼ ମଧ୍ୟରେ ରହିଛି ବିସ୍ତିର୍ଣ୍ଣ ସବୁଜ ଉପତ୍ୟାକା ଯାହା ପ୍ରକୃତିପ୍ରେମିଙ୍କୁ ବିଭୋର କରିଥାଏ। ଏବଂ ଏଠାରେ ରହିଛି ଅନେକ ଔଷଧୀୟ ବୃକ୍ଷ।ଏଠାକାର ସୂର୍ଯ୍ୟଦୟ ଓ ସୂର୍ଯ୍ୟସ୍ତ ଏକ ମନୋରମ ଦୃଶ୍ୟ ସୃଷ୍ଟି କରେ।ଏହାକୁ ଦେଖିବାପାଇଁ ଛୁଟି ଆସନ୍ତି ଦେଶ ଓ ବିଦେଶୀ ପର୍ଯ୍ୟଟକ। ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ବାତାବରଣରେ ମନମୁଗ୍ଧ ହୋଇଯାଆନ୍ତି ପର୍ଯ୍ୟଟକ। ଏହି ଜବ୍ୟ ବିଭିଦତା ପର୍ଯ୍ୟଟକ କେନ୍ଦ୍ରଟି ଭାରତର ୧୩ ନମ୍ବର ରହିଥିବା ବେଳେ ଓଡ଼ିଶାର ୧ ନମ୍ବର ସ୍ଥାନରେ ରହିଛି।ଏହି ପାହାଡ଼ରେ ଚୁମ୍ବକୀୟ ଶକ୍ତି ଥିବା ଯୋଗୁଁ ଏହା ଉପରେ କୈାଣସି ଉଡାଜାହାଜ କିମ୍ବା ହେଲିକପ୍ଟର ଯିବାପାଇଁ ବାରଣ କରାଯାଇଛି। ଏହି କେନ୍ଦ୍ରରେ ପର୍ଯ୍ୟଟନଙ୍କ ରାତ୍ରି ଯାପନ କରିବା ପାଇଁ ବନବିଭାଗ ପକ୍ଷରୁ ୭ ଗୋଟି କଟେଜ୍ ରହିଛି ତାହା କାଠରେ ନିର୍ମିତ ହୋଇଛି।
ଏହାକୁ ଅନ୍ ଲାଇନ୍ ମାଧ୍ୟମରେ ବୁକ୍ କରାଯାଉଛି।ଏହା ଛଡା ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତିକରି ପରସା ଯାଉଛି ଏବଂ ଚା, କଫି, ପକୁଡ଼ି,ଝାଲମୁଢି ମଧ୍ୟ ଏଠାରେ ମିଳିଥାଏ। ଏହି କେନ୍ଦ୍ରରେ ସମସ୍ତ କାର୍ଯ୍ୟକୁ ଗାଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ସୁଚାରୁରୂପେ ପରିଚାଳନା କରୁଥିବାବେଳେ ପର୍ଯ୍ୟଟକଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯାଉଛି। ସେମାନଙ୍କ ପାଇଁ ଡ୍ରେସ୍ କୋର୍ଡରେ ଶାଢ଼ି ପିନ୍ଧୁଥିବା ବେଳେ ଆଇ କାର୍ଡ ପ୍ରସ୍ତୁତ ମଧ୍ୟ କରାଯାଇଛି। ପର୍ଯ୍ୟଟନ କେନ୍ଦ୍ର ପ୍ରବେଶ ଟିକେଟର ମୂଲ୍ୟ ୧୦ ଟଙ୍କା ରଖାଯାଇଛି। ଏହି ଇକୋ ଟୁରିଜିମ୍ ସେଣ୍ଟର୍ ନିକଟରେ ଏକ ୧୫୦ ଫୁଟ ଉଚ୍ଚତାରେ ଜଳ ପ୍ରପାତ ରହିଛି କିନ୍ତୁ ରାସ୍ତା ନଥିବା ହେତୁ ପର୍ଯ୍ୟଟକଙ୍କ ଦୃଷ୍ଟି ପଡୁନାହିଁ। ଏନେଇ ବନବିଭାଗ ଓ ପର୍ଯ୍ୟଟନ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁ।
ଏହି ପର୍ଯ୍ୟଟନ କେନ୍ଦ୍ରକୁ ଯିବାକୁ ହେଲେ ଭୁବନେଶ୍ୱରରୁ ୨୪୦, ବ୍ରହ୍ମପୁରରୁ ୧୫୦ କିଲୋମିଟର ବସ୍ ଯୋଗେ ରାଇକିଆକୁ ଆସି ସେଠାରୁ ୧୦ କିଲୋମିଟର ଦୂରରେ ଏହି ମଣ୍ଡାସରୁ ପର୍ଯ୍ୟଟନ କେନ୍ଦ୍ର ରହିଛି। ରାଇକିଆରେ ଟାକ୍ସିରର ମଧ୍ୟ ବନ୍ଦୋବସ୍ତ ରହିଛି।ରାଇକିଆ ଠାରୁ ମଣ୍ଡାସରୁ ରାସ୍ତରୁ ଗୋଡ଼ି, ପିଚୁ ଉଠି ଥିବାହେତୁ ଖାଲଖମା ହୋଇ ରହିଛି। ବର୍ଷା ଦିନେ ଲୋକଙ୍କ ଯିବାଆସିବା ନେଇ ବହୁ ସମସ୍ୟା ଉପୁଜୁଥିବା କୁହନ୍ତି ଗ୍ରାମବାସୀ। ପର୍ଯ୍ୟଟକ କେନ୍ଦ୍ରକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ବହୁ ସମସ୍ୟା ଭୋଗୁଛନ୍ତି।
ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଏବଂ ସେଠାରେ କାର୍ଯ୍ୟ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କହିଛନ୍ତି।ତାସହ ବାହାରୁ ପର୍ଯ୍ୟଟକଙ୍କୁ ନେଇ ଆସୁଥିବା ଗାଡି ଚାଳକ ମାନେ ମଧ୍ୟ ଏହି ଖରାପ ରାସ୍ତାକୁ ସଜାଡ଼ିବା ପାଇଁ କହିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ଆସନ୍ତାକାଲି ନୂତନ ବର୍ଷ ୨୦୨୧ ର ପ୍ରଥମ ଦିନ ପଡୁଥିବା ହେତୁ ପର୍ଯ୍ୟଟକ ଖୁବ୍ ଭିଡ଼ ହେବବୋଲି ଜଣାପଡିଛି।