ନିର୍ବାଚନ ହାରିଲେ ଟ୍ରମ୍ପ୍ଙ୍କୁ ପତ୍ନୀ ମେଲାନିଆ ଦେବେ ଛାଡ଼ପତ୍ର: ଜାଣନ୍ତୁ କଣ ରହିଛି କାରଣ?

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ପାଇଁ ବେଳକାଳ ଏବେ ଠିକ୍ ଚାଲୁନି । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ପତ୍ନୀ ମେଲାନିଆ ତାଙ୍କୁ ଛାଡପତ୍ର ଦେବାକୁ ଯୋଜନା କରୁଛନ୍ତି। ସେଥିପାଇଁ ସେ ଡୋନାଲ୍ ଟ୍ରମ୍ପ୍ଙ୍କ ହ୍ବାଇଟ୍ ହାଉସ୍ ଛାଡ଼ିବା ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ବୋଲି ଟ୍ରମ୍ପଙ୍କ ବନ୍ଧୁ ଦାବି କରିଛନ୍ତି।
ସୂଚନା ଅନୁସାରେ ଟ୍ରମ୍ପ ଓମେଲାନିଆ ୧୫ ବର୍ଷିଆ ବିବାହ ଚୁକ୍ତି କରିଥିଲେ । ଯାହାର ଅବଧୀ ଏବେ ଶେଷ ଘଟିଛି। ଟ୍ରମ୍ପ୍ ହ୍ବାଇଟ୍ ହାଉସ୍ରୁ ବିଦାୟ ନେବା କ୍ଷଣି ସେ ଛାଡ଼ପତ୍ର ଦେବେ ବୋଲି ଅପେକ୍ଷା କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହାରିଗଲେ, ପତ୍ନୀ ମେଲାନିଆ ଛାଡପତ୍ର ନେଇଯିବେ ବୋଲି ସୂଚନା ମିଳିଛି ।
‘ହ୍ବାଇଟ୍ ହାଉସ୍ ଅଫିସ୍ ଅଫ୍ ପବ୍ଲିକ୍ ଲିଆଇସନ୍’ର ପୂର୍ବତନ ‘କମ୍ୟୁନିକେସନ୍’ ନିର୍ଦେଶକ ଓମାରୋସା ମ୍ୟାନିଗଲଟ୍ ନିଉମ୍ୟାନ୍ କହିଛନ୍ତି, ଟ୍ରମ୍ପ୍ କ୍ଷମତାରେ ଥିବା ବେଳେ ମେଲାନିଆ ଛାଡ଼ପତ୍ର ନ ଦେବାର ବି କାରଣ ଅଛି। କ୍ଷମତାରେ ଥିବା ବେଳେ ମେଲାନିଆ ତାଙ୍କୁ ଛାଡ଼ି ଚାଲିଯିବା ଭଳି ପଦକ୍ଷେପ ନେଲେ , ଏହା ଟ୍ରମ୍ପଙ୍ଖ ପାଇଁ ଅପମାନଜନକ ହେବ । ଟ୍ରମ୍ପ୍ ତାଙ୍କୁ ଦଣ୍ଡ ଦେବାର ଉପାୟ ପାଇଯିବେ।
ମେଲାନିଆଙ୍କର ଜଣେ ବାନ୍ଧବୀ କହିଛନ୍ତି ଯେ, ୨୦୧୬ରେ ଟ୍ରମ୍ପ୍ ନିର୍ବାଚନ ଜିତିବାରୁ ମେଲାନିଆ କାନ୍ଦି ପକାଇଥିଲେ। ସେ ଜିତିବେ ବୋଲି ମେଲାନିଆ କଦାପି ଆଶା କରି ନ ଥିଲେ। ସେଥିପାଇଁ ସେ ଦୀର୍ଘ ପାଞ୍ଚ ମାସ ପରେ ଯାଇ ନ୍ୟୁୟର୍କରୁ ୱାସିଂଟନ୍ ଯାଇଥିଲେ। ସେମାନଙ୍କ ପୁଅ ବ୍ୟାରୋନ୍ର ସ୍କୁଲ୍ ପଢ଼ା ଚାଲିଛି ବୋଲି ବାହାନା କରିଥିଲେ।
ଆମେରିକୀୟ ଫେସନ୍ ଏବଂ ମନୋରଞ୍ଜନ କାର୍ଯ୍ୟନିର୍ବାହୀ ତଥା ମେଲାନିଆଙ୍କର ପୂର୍ବତନ ବରିଷ୍ଠ ପରାମର୍ଶଦାତା ଷ୍ଟେଫ୍ନି ୱଲ୍କୋଫ୍ କହିଛନ୍ତି ଯେ, ଟ୍ରମ୍ପ୍ ନିଜ ସମ୍ପତ୍ତିରୁ ବ୍ୟାରୋନ୍କୁ ସମାନ ବାଣ୍ଟ ଦେବା ଲାଗି ବିବାହ ପରେ ମେଲାନିଆ ତାଙ୍କ ସହ ରାଜିନାମା କରିଥିଲେ।
ଅନେକ ଗୁଜବ ଓ ସର୍ବସାଧାରଣରେ ତିକ୍ତ ପରିସ୍ଥିତି ସୃଷ୍ଟି କରୁଛି।