September 26, 2023

Times One Odia

Odia News Portal

ବେପରୁଆ ଗାଡି ଚାଳନା ନେଲା ଜୀବନ

1 min read

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଟ୍ରକ୍ ଚାଳକଙ୍କ ବେପରୁଆ ଗାଡି ଚାଳନା ରୁ ଚାଲିଗଲା ମାନସିକ ବିକାରଗ୍ରସ୍ଥ ବ୍ୟକ୍ତିଙ୍କ ଜୀବନ। କଟକ-ଚାନ୍ଦବାଲି ରାସ୍ତା ର ନିଶ୍ଚିନ୍ତକୋଇଲି ବଜାର ସ୍ଥିତ ରାସ୍ତା କଡ଼ରେ ଶୋଇଥିବା ମାନସିକ ବିକାରଗ୍ରସ୍ଥ ବ୍ୟକ୍ତି ଙ୍କ ଉପରେ ଟ୍ରକ୍ ଚଢାଇ ନେଇ ଯିବାରୁ ଘଟଣା ସ୍ଥଳରେ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା କୁ ନେଇ କିଛି ସମୟ ଲୋକେ ଉତ୍ୟକ୍ତ ହୋଇଯାଇଥିଲେ,ପରେ ପୋଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲା। ଅନେକ ସମୟରେ ଏହି ରାସ୍ତା ଦେଇ ହଜାର ହଜାର ଗାଡ଼ି ଯା’ଆସ କରୁଥିଲେ ମଧ୍ୟ ପୋଲିସ ପକ୍ଷରୁ ସେଭଳି କୌଣସି ଠୋସ୍ ପଦକ୍ଷେପ କିମ୍ବା ଟ୍ରଫିକ୍ ବ୍ୟବସ୍ଥା ରହୁ ନ ଥିବାରୁ ଅଧିକାଂଶ ସମୟରେ ଏହି ଭଳି ଦୁର୍ଘଟଣା ମାନ ଘଟୁଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ।

Leave a Reply

Your email address will not be published. Required fields are marked *