September 26, 2023

Times One Odia

Odia News Portal

ଅର୍ଥାଭାବରୁ ପୁଅର ଚିକିତ୍ସା କରି ପାରୁନାହାନ୍ତି ବାପା ମା: ଚାଲିପାରୁନଥିବାରୁ ଅଧାରୁ ପାଠ ଛାଡ଼ିଲା ପୁଅ

1 min read

ଫୁଲବାଣୀ( ସୁନୀଲ ପଟ୍ଟନାୟକ): ପାଠ ପଢିବା ସହ ଖେଳିବା ବୁଲିବା ବୟସରେ ଘରେ ପଡିରହିଛି ସଞ୍ଜୟ । ଚାଲିବୁଲି ପାରୁନି, Iଆଶାବାଡି ଧରିଲେ କିଛି କିଛି ଯାଆସ କରୁଛି । ନଚେତ ଖଟରେ ଦିନରାତିଶୋଇ ରହୁଛି। ଗରିବ ବାପା ମା ଙ୍କ ପାଖରେ ବାହାରକୁ ନେଇ ପୁଅର ଚିକିତ୍ସା ପାଇଁ ପଇସା ଟିଏ ବି ନାହିଁ। ଯାହାକିଛି ଥିଲା ପୁଅର ଚିକିତ୍ସାରେ ସବୁ ସରିଗଲା । କେବଳ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ପରିବାର ଲୋକେ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆବ୍ଲକ ରସୁଗଡ଼ବାଡି ପଞ୍ଚାୟତର ଲେଙ୍ଗୁ ମାହା ଗ୍ରାମରେ।
ରାଇକିଆ ବ୍ଲକର ଲେଙ୍ଗୁମାହାଗ୍ରାମ ର ସଞ୍ଜୟ ନାୟକ I ବାପା ଭୁଷଣ ନାୟକ ଓ ମା ସୁକାନ୍ତି ନାୟକ ଙ୍କ ପୁଅ ସଞ୍ଜୟ, I ସଞ୍ଜୟ ରାଇକିଆ ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲିଙ୍ଗୁମାହା ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ ।ଭଲ ପାଠ ବି ପଢୁଥିଲେ ,କୁଆଡ଼େ । ତା ସହ ଖେଳା ଖେଳି ବି କରୁଥିଲା । ସ୍କୁଲରେ ଫୁଟବଲ ଖେଳିବାବେଳେ ପଡିଯିବା ଫଳରେ ତାର ଅଣ୍ଟାରେ ଆଘାତ ଲାଗିଥିଲା। ଫଳରେ ତାକୁ ଘର ଲୋକେ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନା କୁ ନେଇଥିଲେ। ହେଲେ ଭଲ ହେଲା ନି,ଡାକ୍ତର ବାହାରକୁ ନେଇ ଚିକିତ୍ସା କରିବାକୁ କହିଲେ। ହେଲେ ପାଖରେ ପଇସା ନଥିବାରୁ ଚିକିତ୍ସା କରିପାରୁନୁ ବୋଲି ସଞ୍ଜୟ ର ବାପା ମା କହିଛନ୍ତି ।

ପ୍ରତିଦିନ ମୁଲ ଲାଗିଲେ ପରିବାର ଚଳେ,ଘରଖଣ୍ଡିଏ ବି ନାହିଁ। ଆବାସ ଘର ଖଣ୍ଡିଏ ପାଇଁ ସରପଞ୍ଚ ଠୁ ଆରମ୍ଭ କରି ବିଡିଓଙ୍କୁ ମଧ୍ୟ ଜଣାଇଲୁ ଫଳ ଶୁନ ।କିଏ ଶୁଣିବାକୁ ନାହିଁ। ସେହିପରି ପୁଅ ପାଠ ପଢିବ ଚାକିରି କରିବ ଆଉ ଆମର ବୁଢା ବୁଢି ବୟସରେ ଆମକୁ ପୋଷିବ। ହେଲେ ସେ ବୋଝ ପାଲଟିଛି ଆମର । ସବୁବେଳେ ଘରେ ମନ ମାରି ବସି ରହୁଛି। ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ ସହାୟତାର ହାତ ବଢାଇଲେ ସଞ୍ଜୟ ର ଚିକିତ୍ସା କରନ୍ତେ,ବୋଲି କହିଛନ୍ତି ବାପା ମା’। ତେବେ ସରକାର ସଞ୍ଜୟ ଙ୍କ ଚିକିତ୍ସା ପାଇ କଣ ସହାୟତା କରୁଛନ୍ତି ତାହା ଦେଖିବାର କଥା।

Leave a Reply

Your email address will not be published. Required fields are marked *