September 28, 2023

Times One Odia

Odia News Portal

ଠିକାଦାରଙ୍କ ଖାମଖିଆଲି କାମକୁ ଗ୍ରାମବାସୀଙ୍କ ବିରୋଧ

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ମହାସିଙ୍ଗ ପୁରୁଣା ସାହି ୧୧ ନମ୍ବର ୱାଡ଼ ନାଳ ପାଖରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସୋଲାର ସାହାଯ୍ୟରେ ପାଣିର ବ୍ୟବସ୍ଥା ପାଇଁ ଏକ ଟାଙ୍କି କାମ ଚାଲିଥିଲା। ହେଲେ ଟାଙ୍କି କାମ ସମାପ୍ତ ହେବା ପରେ ଟାଙ୍କିରେ ପାଣି ଭର୍ତ୍ତି କରିବା ସମୟରେ ଭୁଷୁଳି ଯାଇଥିଲା। ସେ ପାଖରେ ଥିବା ୩ ଶିଶୁଙ୍କ ଉପରେ ପାଣି ପଡିବା ଦ୍ୱାରା ସାମାନ୍ୟ ଆହତ ହୋଇଥିଲେ। ଖବର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ୩ ଶିଶୁକୁ ଉଦ୍ଧାର କରିଥିଲେ। ଠିକାଦାରଙ୍କ ଏଭଳି ଖାମଖିଆଲି ଓ ନିମ୍ନମାନର କାମ ହୋଇଥିବା ଯୋଗୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *