ବିଇଓଙ୍କ କଥା ଶୁଣୁନାହାନ୍ତି ବ୍ଲକ ଗ୍ରାଣ୍ଟ ସ୍କୁଲର ପ୍ରଧାନ ଶିକ୍ଷକ
1 min read
ବାଲିଗୁଡା(ପ୍ରମୋଦ ଦଣ୍ଡସେନା): କେନ୍ଦ୍ର ଓ ରାଜ୍ୟ ସରକାର ବାଳିକା ଶିକ୍ଷାକୁ ପ୍ରାଧାନ୍ୟଦେଇ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଅନୁସୂଚିତ ଜାତି ଓ ଜନ ଜାତିଙ୍କ ପିଲାଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଶହେ ସଂଖ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ ନିର୍ମାଣ କରିଛନ୍ତି କିନ୍ତୁ ପ୍ରଧାନ ଶିକ୍ଷକ ଓ ଅଫିସରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଦିବାସୀ ଛାତ୍ରୀମାନେ ଏହାର ସୁବିଧା ପାଇବାରେ ବଞ୍ଚିତ ହେଉଛନ୍ତି ଏହାର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ଗିରିଜନ ଉଚ୍ଚବିଦ୍ୟାଳୟରେ ଲା
ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ସାମଲଙ୍କ ମନମାନୀ ଦିନକୁ ଦିନ ବୃଦ୍ଧି ପାଉଛି l ସ୍କୁଲ ଠାରୁ ମାତ୍ର 300 ମିଟର ଦୂରବର୍ତ୍ତୀ କଟ୍ରିକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ପଢ଼ୁଥିବା 15ଜଣ ଆଦିବାସୀ ଛାତ୍ରୀଙ୍କୁ ମିଳୁନି ହଷ୍ଟେଲ ସୁବିଧା l ରୁତୁଙ୍ଗିଆ ପଞ୍ଚାୟତର ଉପାନ୍ତ ତରସେଲ ଅସବିଶ ଡଡିମାହା ବାଦୁଙ୍ଗିଆ ଉହାକିଆ ସ୍ରାମ୍ବୁକିଆର ଆଦିବାସୀ ଛାତ୍ରୀ ପାଠ ପଢିବା ପାଇଁ ଜଙ୍ଗଲୀ ପାହାଡି ରାସ୍ତା ଅତିକ୍ରମ କରି କଟ୍ରିକିଆ ଆବାସ ବିଦ୍ୟାଳୟକୁ ଆସନ୍ତି l କଟ୍ରିକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଳିକାଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ନାହିଁ l ଗିରିଜନ ଉଚ୍ଚ ବିଦ୍ୟାଳୟରେ ଶହେ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ ରହିଛି କିନ୍ତୁ ପ୍ରଧାନ ଶିକ୍ଷକ ସୁବାଷ ଛାତ୍ରୀ ମାନଙ୍କ ଆବେଦନକୁ ଗାଇଡ଼ଲାଇନର ଆଳ ଦେଖାଇ ନାକଚ କରିଛନ୍ତି ଏହାକୁ ନେଇ ରୁତୁଙ୍ଗିଆ ସରପଞ୍ଚଙ୍କ ସମେତ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଛାତ୍ରୀ ମାନଙ୍କ ମଧ୍ଯରେ ତିନିଜଣ ପିତୃମାତୃ ହୀନ ଓ ଅନେକ ଗରିବ ଛାତ୍ରୀ ଥିବାବେଳେ ପ୍ରଧାନ ଶିକ୍ଷକ କେଉଁ ଗାଇଡ଼ଲାଇନ ଅନୁସରଣ କରିଛନ୍ତି ସେନେଇ ନା ନା ପ୍ରଶ୍ନବାଚୀ ସୃଷ୍ଟିହୋଇଛି l ଏନେଇ ଅଭିଭାବକ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ତ୍ରିପାଠୀ 10 ଜଣ ଅତି ଗରିବ ଓ ପିତୃମାତୃହୀନ ଛାତ୍ରୀଙ୍କୁ ହଷ୍ଟେଲ ସୁବିଧା ଯୋଗାଇ ଦେବାକୁ ରେକମେଣ୍ଟ କରିଥିଲେ କିନ୍ତୁ ଶିକ୍ଷା ଅଧିକାରୀଙ୍କ କଥା ବି ଶୁଣୁନାହାନ୍ତି ପ୍ରଧାନ ଶିକ୍ଷକ l
କଟ୍ରିକିଆ ସ୍କୁଲରେ ପଢ଼ୁଥିବା ଛାତ୍ରୀଙ୍କୁ ଆକ୍ରୋଶ ମୂଳକ ଭାବରେ ହଷ୍ଟେଲ ସୁବିଧା ମିଳୁନଥିବାରୁ ଅଭିଭାବକ ଗ୍ରାମବାସୀ ଓ ସରପଞ୍ଚ ନନ୍ଦକିଶୋର ପ୍ରଧାନ ପିଲାଙ୍କୁ ହଷ୍ଟେଲ ସୁବିଧା ଯୋଗାଇଦେବା ପାଇଁ ଜ଼ିଲ୍ଲାପ୍ରଶାସନକୁ ନିବେଦନ କରିଛନ୍ତି l ସୂଚନାଯୋଗ୍ୟଯେ ପ୍ରଧାନଶିକ୍ଷକଙ୍କ ଅବହେଳା ଯୋଗୁଁ ଦୁଇବର୍ଷ ତଳେ ସାତଜଣ ଛାତ୍ରୀ ଡ୍ରପ ଆଉଟ ହୋଇଥିଲେ l ହଷ୍ଟେଲର ଅବ୍ୟବସ୍ଥା ଓ ମହିଳା ୱାଡେନ ନ ଥିବାରୁ ହଷ୍ଟେଲ ଅନ୍ତେବାସୀ ରାତିଅଧିଆ ହଷ୍ଟେଲ ଛାଡିଥିଲେ ଆଦ୍ୟାବଧି ହଷ୍ଟେଲରେ ମହିଳା ୱାଡେନ ନଥିବା ଜଣାପଡିଛି l ବିନା ୱାଡେନ ରେ ହଷ୍ଟେଲ କେମିତି ଚାଲିଛି ସହଜେ ଅନୁମେୟ l
ଏନେଇ ପ୍ରଧାନ ଶିକ୍ଷକ ସାମଲ ଦୋ ମୁହାଁ କଥା କହୁଥିବା କହିଛନ୍ତି ଅଭିଭାବକ କେତେବେଳେ ଡି ଡବ୍ଲୁ ଓ ମନା କରିଛନ୍ତି ତ ଆଉ କେତେବେଳେ ଶିକ୍ଷା କମିଟି ମନା କରିଛନ୍ତି ବୋଲି ପ୍ରକୃତରେ କିଏ କେଉଁ କାରଣରୁ ପିଲାଙ୍କୁ ହଷ୍ଟେଲ ସୁବିଧାରୁ ବଞ୍ଚିତ କରାଯାଇଛି କେଉଁ ଅଫିସରଙ୍କ ଅଦୃଶ୍ୟଶକ୍ତି ଶିକ୍ଷକଙ୍କ ମୁଣ୍ଡ ଉପରେ ଅଛି ତେଣୁ ପ୍ରଧାନ ଶିକ୍ଷକ ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି ତାହା ତ ତଦନ୍ତ ସାପେକ୍ଷା ଏହାକୁ ନେଇ କୁଇ ସମାଜର ସମ୍ପାଦକ ଲମ୍ବୋଦର କହଁର ଉଦବେଗ ପ୍ରକାଶ କରିଛନ୍ତି l ଏନେଇ ପ୍ରଧାନ ଶିକ୍ଷକ ସାମଲଙ୍କୁ ପଚାରିବାରୁ ଗାଇଡ଼ଲାଇନ ବାହାରେ ହୋଇଥିବାରୁ ପିଲାଙ୍କୁ ହଷ୍ଟେଲରେ ଆଡ଼ମିସନ ଦିଆଯାଇ ନାହିଁ ଡବ୍ଲୁ ଇ ଚ୍ୟାରମେନ ବିଭୀଷଣ ଭୋଇଙ୍କୁ ପଚାରିବାରୁ ପ୍ରତିକ୍ରିୟାରେ କହିଛନ୍ତି ଯେ ଦେଢ଼ କିଲୋମିଟର ରାସ୍ତା ହୋଇଥିବାରୁ ସ୍କୁଲ ଯିବା ଆସିବା କରିବାକୁ ଅସୁବିଧା ହେବ ବୋଲି କହିଛନ୍ତି l
ବାସ୍ତବରେ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଠାରୁ ଗିରିଜନ ହଷ୍ଟେଲର ଦୂରତା 300 ମିଟର ରାସ୍ତାକୁ ତିନି କିଲୋମିଟର ଓ ଦେଢ଼ କିଲୋମିଟର ରାସ୍ତା କୁହାଯାଉଛି ମାସକୁ ଡବ୍ଲୁଇଓ କେତେଥର ପରିଦର୍ଶନରେ ଯାଉଛନ୍ତି ତାହା ସହଜେ ଅନୁମେୟ l ଜ଼ିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଗରିବ ଆଦିବାସୀ ଓ ପିତୃ ମାତୃହୀନ ଛାତ୍ରୀଙ୍କୁ ହଷ୍ଟେଲ ସୁବିଧା ଯୋଗାଇ ଦେବା ଆବଶ୍ୟକତା ରହିଛି l