ତାରାଙ୍କ ମାରାଥନ ପ୍ରଚାର

ଭୁବନେଶ୍ୱର: ଉପନିର୍ବାଚନର ପାଇଁ ପ୍ରତି ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର। କଂଗ୍ରେସର ଆଗ ଧାଡିର ନେତା ତଥା ଜୟପୁରର ବିଧାୟକ ଭାଲୁ ଭାଇ ଓରଫ ତାରା ବାହିନୀ ପତି ନିଜ ଦଳ କଂଗ୍ରେସ ପାଇଁ ଆରମ୍ଭ କରିଛନ୍ତି ମାରାଥନ ପ୍ରଚାର।
ବାଲେଶ୍ୱର ସଦର ବିଧାନସଭା ପ୍ରାର୍ଥୀନୀ ମମତା କୁଣ୍ଡୁଙ୍କ ପାଇଁ ତାରା ନନଷ୍ଟପ ପ୍ରଚାର କରିଛନ୍ତି। ପୂର୍ବାହ୍ନ 9:30ରେ ୱାର୍ଡ ନଂ 12, 24, 25, 27 ଏବଂ 28ରେ ରୋଡ଼ ଶୋ କରିବା ପରେ ଅପରାହ୍ନ 3:30ରେ ପାତ୍ର ପଡ଼ା ଓ ଶ୍ରୀକୋଣରେ ରୋଡ଼ ଶୋ କରିଥିଲେ। ସେହିପରି ସନ୍ଧ୍ୟା 7ଟା ପରଠାରୁ କର୍ମୀ ସମ୍ମିଳନୀରେ ଉଦବୋଧନ ଦେଇ କର୍ମୀଙ୍କୁ ଉତ୍ସାହିତ କରିଥିଲେ।
ସେପଟେ ତାରାଙ୍କୁ ପାଖରେ ପାଇ କର୍ମୀଙ୍କ ମନରେ ଖେଳିଯାଇଥିଲା ଉତ୍ସାହର ଲହରୀ। ମମତା କୁଣ୍ଡୁଙ୍କର ଏହି ନିର୍ବାଚନୀ ପ୍ରଚାରରେ ତାରାଙ୍କ ସହ ସମ୍ପାଦକ ଜୀ ରୁଦ୍ର ରାଜୁ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପ୍ରାଣିଗ୍ରାହୀ, କଂଗ୍ରେସ ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ, ସତ୍ୟସିବ ଦାସ, ଯଂଗ୍ୟେଶ୍ୱର ବାବୁ, ଅମୀୟ ପାଣ୍ଡଵ ଏବଂ ପଦ୍ମାକର ଗୁରୁଙ୍କ ସହ ଅନେକ ନେତା ଯୋଗ ଦେଇଥିଲେ। ତାରାଙ୍କ ଆକ୍ରାନ୍ତ ପରିଶ୍ରମ କଂଗ୍ରେସକୁ ସଫଳତା ଆଣି ଦେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।