ତାପସୀ ପନ୍ନୁଙ୍କ ଫଟୋ ଭାଇରଲ

ମୁମ୍ବାଇ: ଡ୍ରଗ୍ସ ଲିଙ୍କକୁ ନେଇ ଏବେ ମାୟାନଗରୀ ହୁଲୁସ୍ତୁଲ ହେଉଥିବାବେଳେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ତାପସୀ ଇଣ୍ଟରନେଟରେ ନିଜ ହଟ୍ ଭ୍ୟାକେସନ ଫଟୋ ଶେୟାର କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ମାଳଦୀପ ଭ୍ୟାକେସନର ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଖୁବ୍ ମସ୍ତି କରୁଥିବା ନଜର ଆସିଛନ୍ତି।
ତାପସୀ ବିକିନି ପିନ୍ଧି ମାଳଦୀପର ସୁନ୍ଦର ଲୋକେସନରେ ସ୍ୱିମିଂ ପୁଲରେ ଏନଜୟ କରୁଥିବା ନଜର ଆସିଛନ୍ତି। ଫଟୋରେ ତାପସୀଙ୍କ ହଟ୍ ଅନ୍ଦାଜ ଇଣ୍ଟରନେଟରେ ଫ୍ୟାନ୍ସଙ୍କୁ ଦିୱାନୀ କରୁଛି।
ସୂଚନାଯୋଗ୍ୟ, ତାପସୀ ଖୁବଶୀଘ୍ର ଫିଲ୍ମ ‘ରଶ୍ମି ରକେଟ’ରେ ନଜର ଆସିବେ। ଏହା ଏକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ହୋଇଥିବାବେଳେ ଏଥିରେ ତାପସୀ ଜଣେ ସ୍ପ୍ରିଣ୍ଟର ଭୂମିକାରେ ନଜର ଆସିବେ। ଆକର୍ଶ ଖୁରାନା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।