ତହସିଲ କାର୍ଯ୍ୟାଳୟ କର୍ମଚାରୀଙ୍କୁ କରୋନା ପଜିଟିଭ: ୨ ଦିନ ବନ୍ଦ ଅଫିସ

ଡାବୁଗାଁ(ଜି.ବିନୋଦ କୁମାର): ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟାଳୟ ୧ ଜଣ କର୍ମଚାରୀ ସୋମବାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍ମଚାରୀ ଜଣଙ୍କ ନିଜ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସୋମବାର ଠାରୁ ମଙ୍ଗଳବାର ଦୁଇଦିନ ପର୍ଯ୍ୟନ୍ତ ଅର୍ଥାତ ୪୮ ଘଣ୍ଟା ପାଇଁ ତହସିଲ କାର୍ଯ୍ୟାଳୟ ବନ୍ଦ ରଖିବାକୁ ତହସିଲଦାର ଡା ଉମେଶ କୁମାର ପୂଜାରୀ ନୋଟିସ ଜାରି କରିଛନ୍ତି। ବୁଧବାର ତହସିଲ କାର୍ଯ୍ୟାଳୟ ଖୋଲିବ ବୋଲି ସୂଚନା ମିଳିଛି।