ସ୍ୱଚ୍ଛ ଭାରତ ଯୋଜନାରେ ଅର୍ଥ ହରିଲୁଟ ଅଭିଯୋଗ: ତଦନ୍ତ ଦାବୀ
1 min read
ଫୁଲବାଣୀ(ସୁନୀଲ ପଟ୍ଟନାୟକ): ସରକାର ସ୍ୱଛ ଭ।ରତ ଯୋଜନାରେ ଗ୍ରାମାଞ୍ଚଳରଗରୀବ ଲୋକଙ୍କ ପାଇଁ ପାଇଖାନା ନିର୍ମାଣ ବାବଦରେ କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ହେଲେ ଏ ସବୁ ଯୋଜନା କେବଳ କାଗଜ କଲମ ରେ ହିଁ ଚାଲିଥିବା ଦେଖିବାକୁ ମିଳୁଛି। ଅନୁଦାନ ର ସିଂହ ଭାଗ ଅର୍ଥ ଯନ୍ତ୍ରୀ ଓ ଠିକାଦାର ସିଧାସଳଖ ଚଳୁ କରୁଛନ୍ତିl ଯIହାର କି ନଗ୍ନ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲାର ଚକାପାଦ ବ୍ଳକ ର ବେହେରା ର୍ଗା ପଞ୍ଚାୟତର ଲଣ୍ଡା ପାଜୁ ଓ ବାଉଦଣ୍ଡା ଗ୍ରାମରେ।
ଏହି ଦୁଇ ଗ୍ରାମ ରେ ନିର୍ମିତ ପାଇଖାନାରେ ନା ଫାଉଣ୍ଡେସନ ଖୋଳା ହୋଇଛି ନା ଇଟା ସିମେଣ୍ଟ ଯୋଡେଇ ରେ କାନ୍ଥ କରାଯାଇଛି। କେବଳ ଶସ୍ତା ଟିଣ କୁ କାଟି କାନ୍ଥ ରେ ବ୍ୟବହାର କରାଯାଇଛି । ନାମକୁ ମାତ୍ର ଶସ୍ତା . ପ୍ୟାନ ବସାଇ ଦେଇ ଏବାବଦ ଅର୍ଥ ହଡପ କରିଥିବା ଦେଖିବାକୁ ମିଳିଛି ।ପ।ଇଖାନା ଗୁଡିକ ଏବେ ଅଦରକାରୀ ହୋଇ ପଡିଛି । କାମରେ ଆସୁନି । ସରକାର ଗୋଟିଏ ପାଇଖାନା ନିର୍ମାଣ ପାଇଁ ୧୨ହଜାର ଟଙ୍କା ଅନୁଦାନ ଦେଉଛନ୍ତି, ହେଲେ ପାଇଖାନା ବାବଦରେ ମାତ୍ର ୩ ରୁ ୪ ହଜାର ଟଙ୍କା ଖଟ୍ଟ କରି ଯନ୍ତ୍ରୀ ଓ ଠିକାଦାର ମିଶି ଚଳୁ କରି ଦେଇଛନ୍ତି ବାକି ଟଙ୍କା, ଯନ୍ତ୍ରୀଙ୍କ ଜାଣତରେ ଏ ସବୁଜାଲିଆତି ହୋଇଥିବା ଶୁଣିବାକୁ ମିଳୁଛି।
ଏ ଦୁଇଟି ଗ୍ରାମକୁ କୁ ଆଡେ ରାସ୍ତା ନଥିବା ରୁ ଲୋକେ ପାହାଡ଼ ଚଢି ଗାକୁ ଯାଉଛନ୍ତି। ଫଳରେ ସରକାରୀ ବାବୁମାନଙ୍କ ବର୍ଷ ବର୍ଷ ଧରି ପାଦ ପଡିନି ଗାଁରେ। ଏହାର ସୁଯୋଗ ରେ ଦୁର୍ନିତି ଖୋଲାଖୋଲି ହେଉଛି. ।
କେବଳ ଚକାପାଦ ଗୋଟିଏ ବ୍ଳକ ନୁହେଁ କନ୍ଧମାଳ ଜିଲ୍ଲାର ଅନେକ ଗାରେ ପାଇଖାନା ନିର୍ମାଣ ରେ ବ୍ୟାପକ ଦୁର୍ନିତି ଓ ହେର6 ଫର ହୋଇ ଥିବା ଅଭିଯୋଗ ହେଉଛି।
ଏ ନେଇ ଗ୍ରାମବ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ପଚାରିବାରେ ସେ ଏହାର ତଦନ୍ତ କରି ଦୋଷୀ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ କ।ର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ହେଲେ ଏହି ଦୁନିତୀର କେବେ ତଦନ୍ତ ହେବ ଆଉ ଯନ୍ତ୍ରୀ ଓ ଠିକାଦାର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଦେଖିବାର କଥା।