ପରଲୋକରେ ତ୍ରାହି ଅଚ୍ୟୁତ ଆଶ୍ରମର ସୁର ବାବା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବା ଓରଫ ସୁରେନ୍ଦ୍ର ନାଥ ମିଶ୍ରଙ୍କ ପରଲୋକ । ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ରବିବାର ରାତି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ସୁର ବାବାଙ୍କ ପରଲୋକ ପରେ ଆଶ୍ରମରେ ଶୋକର ଛାୟା ଖେଳିଯାଇଛି । ଆଶ୍ରମ କେଳେଙ୍କାରୀ ମାମଲାରେ ସୁରବାବା ୨୦୧୫ ମସିହାରେ ଗିରଫ ହୋଇଥିଲେ । ବାବାଙ୍କ ନାଁରେ ଯୌନ ନିର୍ଯାତନା ମାମଲା ମଧ୍ୟ ରୁଜୁ ହୋଇଥିଲା । କୋଟି କୋଟି ଟଙ୍କାର ମାଲିକ ହୋଇଥିବା ସୁର ବାବାଙ୍କୁ ଗିରଫ କରିଥିଲା ପୋଲିସ । ଏହା ପରେ ସୁର ବାବା ଝାରପଡ଼ା ଜେଲରେ ଦୀର୍ଘ ୨୭ ମାସ ପର୍ଯ୍ୟନ୍ତ ରହିଥିଲେ । ୨୦୧୭ ଡିସେମ୍ବର ୩ ରେ ଜାମିନ୍ ପାଇ ଆଶ୍ରମକୁ ଫେରିଥିଲେ । ତାଙ୍କର ନିଧନ ଖବୟ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ଶୋକ ଖେଳାଇ ଦେଇଛି । ଆଶ୍ରମ ପରିସରରେ ତାଙ୍କର ସମାଧୀ ଦିଆଯିବ ବୋଲି ଆଶ୍ରମ ପକ୍ଷରୁ ସୂଚନା ମିଳିଛି ।