ଜୀବନ ଜୀବିକା ପାଇଁ ଅହରହ ସଂଘର୍ଷ

ବ୍ରହ୍ମପୁର: ମହାନଗର ଅଂଚଳରେ ଲୋକେ କରୋନା ମହାମାରୀ କବଳରେ କବଳିତ ଥିବା ବେଳେ ନିଜର ଜୀବନ ଜୀବିକା ପାଇଁ ଅହରହ ସଂଘର୍ଷ କରି ଆସୁଛନ୍ତି। ପ୍ରଶାସନର ସମସ୍ତ ନିୟମ କାନୁନ୍ କୁ ମାନି ଚଳୁଥିବା ଯୋଗୁଁ ଜିଲ୍ଲାରେ କରୋନା ନିୟନ୍ତ୍ରଣକୁ ଆସୁଥିବା ବିଷୟ ନେଇ ଜିଲ୍ଲା ପ୍ରଶାସନ ଡିମଡିମ ପିଟୁଥିବା ବେଳେ ସାଧାରଣ ଲୋକ ଦିର୍ଘ ୭ ମାସର ଜିବୀକା ହରାଇ ଶେଷରେ ନିଜର ପରିପୋଷଣ ପାଇଁ ସଂଘର୍ଷ କରି ଆସୁଛନ୍ତି। ଡ୍ରାଇଭର ବା କଣ୍ଡକ୍ଟର ଭଳି ବିଭିନ୍ନ ଜୀବିକା ହରାଇ ନିଜର ପେଟ ପୋଷିବା ପାଇଁ କିଏ କଦଳୀ ବିକ୍ରି କରି ତାର ପରିବାର ମୁହଁରେ ଦାନା ଟିକେ ଦବା ପାଇଁ ସଂଘର୍ଷ କରୁଥିବା ବେଳେ ଆଉ କିଏ ତାର ବନ୍ଦ ପଡିଥିବା ଦୀର୍ଘ ଦିନର ଜଳଖିଆ ଦୋକାନଟେ ଖୋଲି ପୁନଃ ପରିବାର ପୋଷଣ ପାଇଁ ଆଶା ବାନ୍ଧି ଦାଣ୍ଡକୁ ବାହାରିଛି। ଗତ କିଛି ଦିନ ହେଲା ମହାନଗର ଅଧିନରେ ଥିବା ଏନଫୋର୍ସମେଂଟ ଅଧିକାରୀ ତରୁଣକାନ୍ତ ବାବୁ ଓ ତାଙ୍କର ଟିମ୍ ଯେଉଁଭଳି ଭାବରେ ସାଧାରଣ ବ୍ୟବସାୟୀଙ୍କ ଉପରେ ଯେଉଁ ପ୍ରକାର ଦାଦାଗିରି ଦେଖାଉଛନ୍ତି ତାହା ଅସହ୍ୟ ହେଲାଣି ବୋଲି ଅଭିଯୋଗ କରିଛି ବିଜେପି। ଛୋଟ ଚା ଦୋକାନୀଟି ଦିନକୁ ୫୦ ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରିବାକୁ ଆଶା ବାନ୍ଧିଥିଭା ବେଳେ ହଜାର ହଜାର ଟଙ୍କା ଜରିମାନା ଆଦାୟ ସମସ୍ତଙ୍କୁ ଅତି ମର୍ମାହତ କରିଛି। ଭାଜପା ବ୍ରହ୍ମପୁର ତରଫରୁ କମିଶନରଙ୍କୁ ଅନୁରୋଧ କରିଛନ୍ତି ଏହି କରୋନା ମହାମାରି ସମୟରେ ଜରିମାନା ଆଦାୟକୁ ବନ୍ଦ କରନ୍ତୁ ଯଦି କେହି ଅମାନିଆ ହୁଅନ୍ତି ତାହା ହେଲେ ତାଗିଦ୍ କରିବା ସହ ସର୍ବାଧିକ ୧୦୦ ଟଙ୍କାରୁ ଉର୍ଦ୍ଧ ଜରିମାନା ଆଦାୟ କରାନଯାଉ। ଜଦି ଅଧିକ ଜରିମାନା ଆଦାୟ କରିବେ ବ୍ରହ୍ମପୁର ବିଜେପି ସେହି ସ୍ଥାନ ମାନଙ୍କରେ ପହଁନ୍ତି ଏହି ଜରିମାନା ଆଦାୟ କୁ ବିରୋଧ କରିବ। ଏହି ଦାବୀପତ୍ର ଦେବା ସମୟରେ ଜିଲ୍ଲା ବିଜେପି ସଭାପତି ବିଭୁତି ଜେନାଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି , ନିରଞ୍ଜନ ପାଣିଗ୍ରାହୀ ,ମହନ୍ତ ଚିନ୍ମୟାନନ୍ଦ ଦାସ , ଡ. ସୁବାଷ ସାହୁ ପ୍ରଭାତ ଷଢଙ୍ଗୀ, କାମନା ପାଢି, ପ୍ରବିର ପାତ୍ର , ଅମୁଲ୍ୟ ଚୈାଧୁରୀ , ରାମ ପାତ୍ରଙ୍କ ସହ ବହୁ ବିଜେପି କର୍ମି ଉପସ୍ଥିତ ଥିଲେ।