ଧାରଣାରେ ଏମବିସି ଟିଭି କର୍ମଚାରୀ
1 min read
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଧାରଣାରେ ଏମବିସି ଟିଭି କର୍ମଚାରୀ I ଏମବିସି ଟିଭିର କର୍ମଚାରୀ ମାନଙ୍କୁ କାର୍ଯ୍ୟକରାଇ ଦରମା ନଦେବା ଏକ ନିତିଦିନିଆ ରୋଗରେ ପରିଣତ ହୋଇଛି । ଆକାଶ କଇଁଆ ଚିଲିକା ମାଛ ଭଳି ସୁନେଲି ସ୍ୱପ୍ନ ଦେଖାଇ କର୍ମଚାରୀ ମାନଙ୍କୁ ଅଧିକ ଦରମା ଦେବାକୁ କହି ମାସ ମାସ ଧରି ଦରମା ନଦେବାରୁ ଆଜି ଏମବିସି ଟିଭି ଅଫିସ ଗେଟ୍ ସମ୍ମୁଖରେ କର୍ମଚାରୀ ମାନେ ଧାରଣରେ ବସିଛନ୍ତି ।ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବାର ଜଣାପଡିଛି । ତେବେ ଦେଖିବାକୁ ବାକିରହିଲା ପରବର୍ତ୍ତୀ ସମୟରେ କ’ଣ ଘଟୁଛି ।