ଗଣଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦରେ ଧାରଣା
1 min read
କଳାହାଣ୍ଡି(ତୁଳମଣି ନାଗ): ଉତ୍ତର ପ୍ରଦେଶ ହାଥରସରେ ସେପ୍ଟେମ୍ବର ୧୪ ତାରିଖ ଦିନ ଜଣେ ଯୁବତୀଙ୍କୁ ୪ ଜଣ ଯୁବକ କରିଥିଲେ ଗଣଦୁଷ୍କର୍ମ ଓ ହତ୍ଯା। ସେଇ ଭଳି ବିଭିନ୍ନ ରାଜ୍ୟ ସହ ଓଡ଼ିଶାରେ ମଧ୍ୟ ବଢ଼ି ଚାଲିଛି ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟା।
ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ଦେଇଛି ଦାବିପତ୍ର। ଯଦି ଅପରାଧୀମାନଙ୍କୁ ଫାଶୀ ଓ ପିଡିତାଙ୍କ ପରିବାରକୁ ନ୍ୟାୟ ଦେବାରେ UP ସରକାର ଓ କେନ୍ଦ୍ର ସରକାର ହେଳା କରେ ତାହେଲେ ବହୁଜନ କ୍ରାନ୍ତି ମୋର୍ଚ୍ଚା ସାରା ଭାରତ ବନ୍ଧ ଡାକରା ଦେଇ ଆନ୍ଦୋଳନ ତୀବ୍ର ହେବ ବୋଲି ବହୁଜନ କ୍ରାନ୍ତି ମୋର୍ଚ୍ଚା କହିଛି। ସେପଟେ ବିଜେପି ସରକାର କେନ୍ଦ୍ରକୁ ଆସିଲା ଦିନ ଠାରୁ ଭାରତରେ ଦୁଷ୍କର୍ମ ବଳାତ୍କାର ହତ୍ୟା ତୀବ୍ର ହୋଇଚାଲିଛି ବୋଲି ବହୁଜନ କ୍ରାନ୍ତି ମୋର୍ଚ୍ଚା ସଂଯୋଜକ ରିଷୀ ସୁଦନ ଛାତ୍ରପାଳ କହିଛନ୍ତି।