September 21, 2023

Times One Odia

Odia News Portal

ନିର୍ଭର ପ୍ରତିଶୃତି ଦେଲା ପ୍ରଶାସନ: ଧାରଣାରୁ ଓହରିଲେ ସାମ୍ବାଦିକ ସଂଘ

1 min read

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ତରଫରୁ ଦିଆଯାଇଥିବା ଧାରଣା ଷଷ୍ଠ ଦିନରେ ପହଞ୍ଚିଥିଲା। ତେବେ ଧାରଣା ସ୍ଥଳକୁ ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କ ଲିଖିତ ପ୍ରତିଶ୍ରୁତି ପରେ ଆଜି ଦିବା ୧୨ ଘଣ୍ଟା ସମୟରେ ଧାରଣାକୁ ଅସ୍ଥାୟୀ ସ୍ଥଗିତ ରଖାଯାଇଛି।

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ୪ ଦଫା ଦାବି ପୂରଣ ପାଇଁ ଗତ ୧୨ ତାରିଖ ଠାରୁ ଆରମ୍ଭ କରାଯାଇଥିବା ଧାରଣାରେ ମୁଖ୍ୟ ସମସ୍ୟା ଜିଲ୍ଲାର କୋଭିଡା ମେଡିକାଲରେ ଭେନ୍ତିଲେଟର ଏବଂ ଲାଇଫ ସଫର୍ଟ୍ ଆମ୍ବୁଲାନ୍ସର ଅଭାବ ନବରଙ୍ଗପୁର ଜିଲ୍ଲାରେ ସାନିଟାଇଜ୍ , ସହରରେ ମଶା ଧୂଆଁ ଦେବା ଆଦି ଦାବି ନେଇ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ଓ ୟୁ ଜେ ଅନୁବନ୍ଧିତ ଆଜିକୁ ୬ ଦିନ ଧରି ଦାବି ପୁରାଣ ଜିଦରେ ଧାରଣା ସ୍ଥଳରେ ବସି ରହିଥିଲେ। ଉକ୍ତ ଧାରଣାକୁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ସହ ବିଭିନ୍ନ ଅନୁଷ୍ଠାନ , ସଂଘ ପ୍ରମୁଖ ଧାରଣାକୁ ସମର୍ଥନ ଜଣାଇଥିଲେ।

ସେହିପରି ଧାରଣାର ୪ ର୍ଥ ଦିନରେ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର , ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର , ଉପ- ଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଧାରଣା ସ୍ଥଳରେ ଆସି ଦାବି ଗୁଡ଼ିକର ଯଥାର୍ଥତା ଜଣାଇ ଶୀଘ୍ର ଦାବି ପୂରଣ ପାଇ ପ୍ରତିଶ୍ରୁତି ଦେଇଥିଲେ। ୫ମ ଦିନରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରି , ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ଆଧୁନିକ ଯନ୍ତ୍ରପାତି ସଜ୍ଜିତ ଆମ୍ବୁଲାନ୍ସ ପାଇଁ ନବରଙ୍ଗପୁର ବିଧାୟକ ୩୦ ଲକ୍ଷ ଓ ଝରିଗାଁ ବିଧାୟକ ୫୦ ଲକ୍ଷ, ବିଧାୟକ ପାଣ୍ଠି ରୁ ପ୍ରଦାନ କରିଥିବା ପତ୍ର ପ୍ରଦାନ କରିଥିଲେ।

ମୁଖ୍ୟ ଦାବି ଭେଂଟି ଲେଟର କାର୍ଯ୍ୟକ୍ଷମ ପାଇ ପ୍ରସ୍ତୁତି ଚାଲିଥିବା କହିଥିଲେ। ଏନେଇ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୂନିୟନ ସଂଘର କର୍ମକର୍ତ୍ତା ଏବଂ ରାଜ୍ୟ ଓ ୟୁ ଜେ ସଭାପତି ପ୍ରସନ୍ନ ମହାନ୍ତି ଙ୍କ ସହ ଆଲୋଚନା କରିଥିଲେ। ସାମ୍ବାଦିକଙ୍କ ଦାବିକୁ ନେଇ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , ପ୍ଲାନିଂ ବୋର୍ଡ ଚେୟାରମେନ ସଞ୍ଜୟ ଦାସ ବର୍ମା ପ୍ରମୁଖ ଜିଲ୍ଲାର ସ୍ବାସ୍ଥ୍ୟ ସମସ୍ୟା କୁ ନେଇ ସାମ୍ବାଦିକ ମାନେ ଧାରଣାରେ ବସିଥିବା କୁ ଯଥାର୍ଥତା ଜଣାଇବା ସହ ସବୁ ଦାବି ଶୀଘ୍ର ପୂରଣ ଦିଗରେ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସଭା ସାଂସଦ ମୁନା ଖାଁ ଏକ ଭିଡିଓ ମେସେଜ ଜରିଆରେ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନର ଦାବି ଗୁଡ଼ିକ ଜିଲ୍ଲାର ବିଧାୟକ ଓ ସାଂସଦ ମାନଂକୁ ନେଇ କରିବା ପାଇ ପ୍ରତିଶ୍ରୁତି ଦେବା ସହ ଧାରଣା ସ୍ଥଗିତ ରଖିବା ପାଇଁ ସଂଘକୁ ଅନୁରୋଧ କରିଥିଲେ। ଆଜି ଷଷ୍ଠ ଦିନରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ଡବୁଗାଁ ବିଧାୟକ ମନୋହର ରାନ୍ଧାରୀ , ରାଜ୍ୟ ବିଜେଡ଼ି କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀ , ଉପ ଜିଲ୍ଲାପାଳ ଭାସ୍କର ରଇତ ଓ ପୌରାଞ୍ଚଳ ନିର୍ବାହୀ ଅଧିକାରୀ ବିନୟ ପଟେଲ ପ୍ରମୁଖ ଦିବା ୧୨ଘଣ୍ଟା ସମୟରେ ଧାରଣା ସ୍ଥଳରେ ପହଞ୍ଚି ୪ ଦଫା ରୁ ୩ ଟି ଦାବି ପୂରଣ ହୋଇଯାଇଥିବା କହିବା ସହ ମୁଖ୍ୟ ଦାବି ଭେଣ୍ଟୀଲେଟର କୁ ଆସନ୍ତା ୩ ମାସ ସମୟ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ସାମ୍ବାଦିକ ସଂଘ ତରଫରୁ ତାଙ୍କ ପ୍ରସ୍ତାବ ଗ୍ରହଣ କରି ସମୟ ସୀମା ମଧ୍ୟରେ ସ୍ଥଗିତ ରଖିଥିଲେ।

ସେପଟେ ୨ ଜଣ ଶାସକ ଦଳର ବିଧାୟକ ଓ ଉପ ଜିଲ୍ଲାପାଳ ଧାରଣାରତ ସାମ୍ବାଦିକ ମାନଙ୍କୁ ପୁଷ୍ପ ଗୁଚ୍ଛ ଏବଂ ମିଠା ଖୁଆଇ ଧାରଣାରୁ ଉଠାଇଥିଲେ। ଗତ ୧୨ ତାରିଖରୁ ନବରଙ୍ଗପୁର ଜିଲ୍ଲାର ସ୍ବାର୍ଥ ଦୃଷ୍ଟିରୁ ୬ ଦିନ ଧରି ଧାରଣାରେ ବସିଥିବା ବେଳେ ଧାରଣାକୁ ନବରଙ୍ଗପୁର ଜିଲ୍ଲା ୧୦ ଗୋଟି ବ୍ଲକ ର ସାମ୍ବାଦିକ ଏବଂ ବିଭିନ୍ନ ରାଜନୈତିକ ଦଳ ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ବିଜେପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ , ରାଜ୍ୟ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ , କଂଗ୍ରେସ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ , ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକ , ଭୁଜବଳ ମାଝୀ , ଜିଲ୍ଲା ଓକିଲ ସଂଘ ସଂପାଦକ ସମରେଶ ଗନ୍ତାୟତ , ଉମରକୋଟ ବାର ଏସୋସିଆନ , ଜିଲ୍ଲା ବଣିକ ସଂଘ , ମା ଘର ଅଧକ୍ଷ। , ମିଲ ମାଲିକ ସଂଘ , ନବରଙ୍ଗପୂର୍ ଓ ଉମରକୋଟ ଘୋରେ଼ଇ ବସ୍ ମାଲିକ ସଂଘ , ଜିଲ୍ଲା ରାଜମିସ୍ତ୍ରୀ ସଂଘ , ସହୀଦ ଲକ୍ଷ୍ମଣ ନାୟକ ସ୍ବେଚ୍ଛାସେବୀ ସଂଘ , ଜିଲ୍ଲା ବିକାଶ ପରିଷଦ , ନବରଙ୍ଗପୁରିଆ ଗ୍ରୁପ , ଆଦତ୍ୟ ବାହିନୀ , ପରିବର୍ତ୍ତନ ଫାଉଣ୍ଡେସନ , ହିନ୍ଦୁ ମହାସଂଘ , ଜନଜାତି ସୁରକ୍ଷା ମଞ୍ଚ , ନବରଙ୍ଗପୂର୍ ଚର୍ଚ୍ଚ ୟୁନିୟନ , ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପ୍ରମୁଖ ଧାରଣାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିବା ଯୋଗୁଁ ସମସ୍ତଙ୍କୁ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ତରଫରୁ ସଭାପତି ସୁଶାନ୍ତ କୁମାର ବେହେରା ଧନ୍ୟବାଦ୍ ଦେବା ସହ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବଂ ଜନ ପ୍ରତିନିଧି ମାନଙ୍କୁ ସଂଘ ତରଫରୁ ଧନ୍ୟବାଦ୍ ଜଣାଇଛନ୍ତି। ଆଗାମୀ ଦିନରେ ସମୟ ସୀମା ମଧ୍ୟରେ ଦାବି ପୂରଣ ନ ହେଲେ ପୁଣି ଧାରଣା ସ୍ଥଳରେ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *