ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ବନ୍ଦ ଶାନ୍ତିପୂର୍ଣ୍ଣ
1 min read
ଫୁଲବାଣୀ(ସୁନୀଲ ପଟ୍ଟନାୟକ): କେନ୍ଦ୍ର ସରକାରଙ୍କ କୃଷି ନିତୀ କୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି ଦିଆଯାଇଥିବା ଭାରତବନ୍ଦ ଡ଼ାକରାର ପ୍ରଭାବ ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି। ଫଳରେ ଦୋକାନବଜାର ଗାଡି ମଟର ଚଳାଚଳ ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଫଳରେ ଲୋକେ ନାହିଁନଥିବ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଆଦୋଳନ କୁ ସମର୍ଥନ ଜଣାଇ କନ୍ଧମାଳ ଜିଲ୍ଲାରେ ନବନିର୍ମାଣ କୃଷକ ସଙ୍ଗଠନ ସମେତ କଂଗ୍ରେସ , ସିପି ଆଇ ଓ ଅନ୍ୟ ସଂଗଠନ ପକ୍ଷରୁ ଆଜିଫୁଲବାଣୀ ର ବିଭିନ୍ନ ଛକ ସ୍ଥାନମାନଙ୍କରେ ପିକେଟିଂ କରିବା ସହ ବାଇକରାଲୀ ରେ ସହର ପରିକ୍ରମା କରିଥିଲେ। ବନ୍ଦକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଛକଠାରେ ବ୍ୟାପକ ପୋଲିସ ମୃତ ୟନ କରାଯାଇଥିଲା।
. ସଂଗଠନର ଜିଲ୍ଲା ସଂଯୋଜକ ଚାଣକ୍ୟ କହଁର ଓ ଜିଲ୍ଲା ପ୍ରଭାରୀ ସନ୍ତୋଷ ପାତ୍ର ପ୍ରମୁଖ କେନ୍ଦ୍ର ସରକାରଙ୍କ ନୂତନ କୃଷି ନିତୀର ଘୋର ବିରୋଧ କରିଥିଲେ।ଏହି ବିଲ ଦ୍ୱାରା କରପୋରେଟର ମାନେ କୃଷି କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିବେ ବୋଲି ଅଭିଯୋଗ କରିଥିଲେ ।
ଯେ ପର୍ଯନ୍ତ ଏହି କଳା ବିଲ ସଂପୂର୍ଣ୍ଣ ପ୍ରତ୍ୟାହାର ନ ହୋଇଛି ସେ ଯାଏ ଦିଲ୍ଲୀରୁ ପଲ୍ଲି ଯାଏ ଲଢେଇ ଜାରୀ ରହିବି ବୋଲି ଜିଲ୍ଲା ସଂଯୋଜକ ଚାଣକ୍ୟ କହର କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା ଓ ସଦସ୍ୟ ଅଶୋକ ପ୍ରଧାନ, ଜଳନ୍ଧର କହଁର,ଅଚ୍ୟୁତ ଜାନୀ ,ଦ୍ଭାବିନ୍ଦ୍ର କହଁର, ଆନନ୍ଦ କହଁର, ସଞ୍ଜୟ ଜାନୀ, ରାଜୀବ କହଁର,ମହେନ୍ଦ୍ର କହଁର, ସଦା ନନ୍ଦ କହଁର,ଭୁଲେଶ୍ଵର ଭକ୍ତା ପ୍ରମୁଖ ବନ୍ଦରନେତୃତ୍ଵ ନେଇଥିଲେ , Iସେହିପରି କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଅନାମ ନା ଏକ ଙ୍କ ନେତୃତ୍ଵରେ ଆଇଏନଟିୟୂ ସି ଶ୍ରମିକ ସଂଗଠନର ଜିଲ୍ଲା ସଭାପତି ଘନକୁମ।ର ଶବର, ଯୁବ କଂଗ୍ରେସ ସଭାପତି ବସନ୍ତପାଢି, ବରୀଷ୍ଠ କଂଗ୍ରେସ ନେତା ହେମନ୍ତ କର, ଙ୍କ ସମେତ ଅନ୍ୟମାନେ ଆଜି ର ଡାକରା କୁ ସମର୍ଥନ ଜଣାଇ କୃଷୀ ମାରଣ ନିତିକୁ ତୁରନ୍ତ ପ୍ରତ୍ୟାହାର ଦାବୀ କରିଥିଲେ।
ବନ୍ଦ ଯୋଗୁଁ ବସ ସବୁ ରୁଟ ରେ ନ ଯାଇ ବସଷ୍ଟାଣ୍ଡ ରେ ଛଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ଜିଲ୍ଲାର ବାଲିଗୁଡା, ରାଇକିଆ, ଜି .ଉ ଦୟଗିରି, ତୁମୁଡିବନ୍ଧ, ଦାରିଙ୍ଗବାଡି, କୋଟଗଡ, ଟିକାବାଲି, ଫିରିଙ୍ଗିଆ, ଖଜୁରୀପଡ଼ା, ଆଦି ସ୍ଥାନରେ ମଧ୍ଯ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।ସେ ସବୁ ସ୍ଥାନରେ ମଧ୍ୟ ଦୋକାନବଜାର ବନ୍ଦ ରହିବା ସହ ଗାଡି ମଟର ଚଳାଚଳ ମଧ୍ଯ ବନ୍ଦ ଥିଲା। ଆଜି ର ବନ୍ଦ ଶାନ୍ତି ପୂର୍ଣ୍ଣଭାବେ ହୋଇଥିବା ଖବର ମିଳିଛି ।