September 28, 2023

Times One Odia

Odia News Portal

ସ୍ଥାୟୀ ନିଯୁକ୍ତି ଦାବୀ କରି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଗଣଧାରଣା

1 min read

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ସ୍ଥାୟୀ ନିଯୁକ୍ତି ଦାବୀ କରି କନ୍ଧମାଳ ଜିଲ୍ଲା କୋଭିଡ଼,-୧୯ନିଯୁକ୍ତି ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଗଠନ ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।
ମହାମାରୀ କରୋନା ମୁକାବିଲା କରିବା ଲାଗି ସରକାର କନ୍ଧମାଳ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଗୁଡିକରେ କମ ପାରିଶ୍ରମିକରେ ସେମାନଙ୍କୁ ନିଯୁକ୍ତି ଦେଇଥିଲେ। ଆଉ ସେମାନେ ନିଜ ପରିବାରକୁ ପଛରେ ପକାଇ ନିଜ ଜୀବନକୁ ବାଜି ଲଗାଇ ନିଃସ୍ଵାର୍ଥପର ଭାବେ ନିଷ୍ଠା ଓ କାୟମନେ ବାକ୍ୟରେ କରୋନା ରୋଗୀମାନଙ୍କ ସେବା କରିଥିଲେ। ଫଳରେ ଜିଲ୍ଲାରେ କରୋନା ସଂକ୍ରମଣ କମିଯାଇଛି।

ତେବେ ବର୍ତମାନ ସରକାରଙ୍କ କାର୍ଯ୍ୟ ସରିଗଲା ପରେ ଏବେ ଏହି କୋଭିଡ଼-୧୯ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆଜିଠାରୁ ଛଟେଇ କରିବା ପାଇଁ ବ୍ୟବସ୍ଥା କରାଯାଉଥିବାରୁ ଏହାକୁ ଘୋର ବିରୋଧ କରିଛନ୍ତି ଏହି ଅସ୍ଥାୟୀ କୋଭିଡ ଯୋଦ୍ଧା ମାନେ। ସରକାର ସେମାନଙ୍କୁ ସରକାରୀ ନିୟମ ପ୍ରକାରେ ଏବେ ବେସିକ ପେ ରେ ନିଯୁକ୍ତି ଦେବା ସହ ୬ବର୍ଷ ଅବଧି ଶେଷ ପରେ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବୀ କରି ଛନ୍ତି ମହିଳା ସ୍ୱାସ୍ଥ୍ୟକର୍ମୀମାନେ। ସରକାର କାମ ଥିଲେ ତାଙ୍କୁ ତାଙ୍କୁ ଡ଼ାକି କାମ ହାସଲ କରୁଛନ୍ତି ଆଉ କାମ ହାସଲ ହୋଇଯିବା ପରେ ବାହାର କରିଦେବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ମହିଳା ସ୍ୱାସ୍ଥ୍ୟକର୍ମୀମାନେ ପ୍ରଶ୍ନ କରିଛନ୍ତି।

ଏଣୁ ସରକାର ସେମାନଙ୍କ ପ୍ରତି ନିଷ୍ଠୁର ନ ହୋଇ ତାଙ୍କ କଥା ଆନ୍ତରିକତା ର ସହ ବିଚାର କରିବା କୁ ମହିଳା ସ୍ୱାସ୍ଥ୍ୟକର୍ମୀ ସସ୍ମିତା ପ୍ରଧାନ, ସୁନୀତା ବଗର୍ତ୍ତୀ, ମିନତୀ ମଲିକ, ଅଞ୍ଜଳୀ କହଁର, ନିୟମି ପ୍ରଧାନ, ଆଶାଲତା ପ୍ରଧାନ, ଚନ୍ଦ୍ରିକ ପ୍ରଧାନ, ପାର୍ବତୀ ପ୍ରଧାନ ଓ ପ୍ରିୟତମା ପ୍ରଧାନ ପ୍ରମୁଖ ଅନୁରୋଧ କରିଛନ୍ତି। ଏନେଇ ସେମାନେ ଆଜି ଜିଲ୍ଲାପାଳ କନ୍ଧମାଳ, ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଥିବା କଥା ସସ୍ତିତ । ପ୍ରଧାନ ଓ ଝରଣା ନା ଏକ କହିଛନ୍ତି ।

Leave a Reply

Your email address will not be published. Required fields are marked *