September 21, 2023

Times One Odia

Odia News Portal

ଷ୍ଟାଫନର୍ସ ମୋସୁମୀଙ୍କ ମୃତ୍ୟୁ ଅନ୍ତଃରଳେ

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ସମସ୍ତ ଷ୍ଟାଫନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ନିହଲପ୍ରସାଦ ଗାଁର ଶିବ ମିଶ୍ରଙ୍କ ଝିଅ ମୌସୁମୀ ମିଶ୍ର। ମୌସୁମୀ ଗତ ଦୁଇ ବର୍ଷ ତଳେ ଫୁଲବାଣୀ ସ୍ଥିତ ଜିଇଡି କଲୋନୀରେ ରହୁଥିବା ରମାକାନ୍ତ ଦାଶଙ୍କୁ ପ୍ରେମ ବିବାହ କରିଥିଲେ। ସେହିପରି ମୌସୁମୀଙ୍କ ଏକ ବର୍ଷର ଝିଅ ମଧ୍ୟ ରହିଛି। ତେବେ ମୌସୁମୀଙ୍କର ମୃତ୍ୟୁ ସମସ୍ତ ଷ୍ଟାଫନର୍ସଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଏନେଇ ମୌସୁମୀଙ୍କୁ ନ୍ୟାୟ ଦାବିରେ ଧାରଣା ମୃତଦେହ ରଖି ଧାରଣା ଦେଉଥିଲେ। ପରେ ପୋଲିସ ସେଠାରେ ପହଂଚି ବୁଝାସୁଝା କରିବା ପରେ ଧାରଣାରୁ ହଟିଥିଲା। ସେପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *