ଦିଗପହଣ୍ଡି ଗସ୍ତରେ ବାଚସ୍ପତି: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍ଘାଟନ

ବ୍ରହ୍ମପୁର(ଦୀନେଶ ପଟ୍ଟନାୟକ): ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦିଗପହଣ୍ଡି ବ୍ଲକ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଏନ.ଏ.ସି. ନିକଟ ବସ ଷ୍ଟାଣ୍ଡରେ ପହଂଚି ଗ୍ରୀନ ଫିଲଡ ସ୍ମାର୍ଟ ଏଲ.ଇ.ଡି. ପ୍ରକଳ୍ପର ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅଙ୍କୋରଡା ଠାରେ କଲ୍ୟାଣ ମଣ୍ଡପ ଉଦ୍ଘାଟନ, ଉଚ୍ଚବିଦ୍ୟାଳୟ ଘର ଉଦ୍ଘାଟନ, ଗୁଡ଼ିଆ ସମାଜ କୋଠଘର ଉଦ୍ଘାଟନ ଏବଂ ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଚାଞ୍ଚଡାପଲ୍ଲୀ ଠାରେ ଅଙ୍ଗନାବାଡ଼ି କେନ୍ଦ୍ର ଓ ରୋଷେଇଘରର ଉଦ୍ଘାଟନ, ଉଚ୍ଚବିଦ୍ୟାଳୟ ଘର ଉଦ୍ଘାଟନ ଏବଂ ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ।ନବରଙ୍ଗପୁର ଠାରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ହଲର ଉଦ୍ଘାଟନ କରିଥିଲେ। ସେହିପରି କୈଠଡା ପଞ୍ଚାୟତର କଲ୍ୟାଣପୁର ଗ୍ରାମ ଠାରେ ମାର୍କେଟ କମ୍ପ୍ଲେକ୍ସ ଉଦ୍ଘାଟନ, ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ ଏବଂ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ। ସିଦ୍ଧେଶ୍ଵର ଠାରେ କମ୍ୟୁନିଟି ହଲର ଉଦ୍ଘାଟନ ସହ ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ।