ସୋୟାବିନ କାରଖାନା ଉପରେ ଚଢଉ

କଟକ(ଗୁରୁଦତ୍ତ ମହାନ୍ତି): କଟକ ଜଗତପୁର ଶିଳ୍ପାଞ୍ଚଳ ରେ ଦୀର୍ଘ ବର୍ଷ ହେବ ଗଢି ଉଠିଥିବା ଆର୍ ଏମ୍ ମିଲ୍ସ୍ କମ୍ପାନୀରେ ରେଡ୍ କରିଛି ଜଗତପୁର ଏବଂ ମାଲଗୋଦାମ ଥାନା ପୋଲିସ୍। ବିଶେଷ କରି ଏହି ସୋୟା ବଡିରେ ପ୍ରୋଟିନ ଅଧିକ ଅଂଶରେ ରହିଥାଏ। ହେଲେ କମ୍ପାନୀରେ ପୋକା ଚାଉଳ ଗୁଣ୍ଡ ଏବଂ କେମିକାଲ୍ ଦ୍ୱାରା ପ୍ରସ୍ତୁତ ହୋଇଥାଏ ଏହି ସୋୟା ବଡି। ତେଣୁ ଏହା ଅପମିଶ୍ରିତ କମ୍ପାନୀ ବୋଲି ତଦନ୍ତରୁ ଜାଣିପାରିଛି ପୋଲିସ୍।
ପୁର୍ବରୁ ଏହି ଅପମିଶ୍ରିତ ଓ ଭେଜାଲ୍ କାରାବାର ଉପରେ ପୋଲିସ୍ ର ତୀକ୍ଷ୍ଣ ନଜର ରହିଥିଲା। ମାତ୍ର ଆଜି ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ଉପରେ ଅତର୍କିତ ରେଡ୍ କରିଛି। ତେବେ ଏହି କମ୍ପାନୀରୁ ମାଲଗୋଦାମ ସମେତ ଅନ୍ୟ ଜିଲ୍ଲାକୁ ମଧ୍ୟ ରପ୍ତାନି ହୋଇଥାଏ। ତେବେ କଟକ ସହରର କେଉଂ କେଉଁ ସ୍ଥାନରେ ଏହା ବିକ୍ରି ହେଉଛି ସେ ବିଷୟରେ କଡା ନଜର ରଖାଯାଇଛି ବୋଲି ଏ.ସି.ପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।