ଶିଳାନ୍ୟାସକୁ ବିରୋଧ

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ବହୁ ପ୍ରତିକ୍ଷିତ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର କୂଳଙ୍ଗାଇସାଳ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଆସନ୍ତା ୧୩ ତାରିଖରେ ଶିଳାନ୍ୟାସ ହେବାକୁ ଥିବା କାର୍ଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମର କିଛି ଗ୍ରାମବାସୀ ବିରୋଧ କରୁଥିଲା ବେଳେ ଆଜି ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଛି। ଆଜି ଅପରାହ୍ନରେ ନିଶ୍ଚିନ୍ତକୋଇଲି ତହସିଲଦାର ଜିତେନ୍ଦ୍ର ପାତ୍ର, ସ୍ଥାନୀୟ ନେତ୍ରୁମଣ୍ଡଳୀ ସହିତ ସ୍ଥାନୀୟ ଗ୍ରାମବାସୀ ରବୀନ୍ଦ୍ର ପରିଡା, ଦେବେନ୍ଦ୍ର ଭୂୟାଁ ପ୍ରମୁଖ ପ୍ରସ୍ତୀବିତ ସ୍ଥାନ ପରିସରରେ ଆଲୋଚନା ହୋଇଥିଲା। ଗ୍ରାମବାସୀଙ୍କ ଦାବି ମୁତାବକ ଚାଷ ଜମିରୁ ଉଦ୍ବୃତ ଜଳ ନିଷ୍କାସନ ସହିତ ଅନ୍ୟାନ୍ୟ ସମସ୍ୟା ସମାଧାନ ନିମନ୍ତେ ପ୍ରତିଶୃତି ଦେଲାପରେ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସହଯୋଗ କରିବା ସହିତ ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ବିତ କରିବା ପାଈଁ ନିଷ୍ପତି ହୋଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ଅଶୋକ ଓଝା ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ।