September 28, 2023

Times One Odia

Odia News Portal

ସାପ୍ତାହିକ ହାଟର ଶିଳାନ୍ୟାସ

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନିଶ୍ଚିନ୍ତକୋଇଲି ବଜାର ରେ ଥିବା ବହୁ ପୁରାତନ ତଥା ବ୍ରିଟିଶ ଅମଳରୁ ଚାଲି ଆସୁଥିବା ସାପ୍ତାହିକ ହାଟର ନବୀକରଣ ପାଇଁ ଶିଳାନ୍ୟାସ ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନା ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ହାଟରେ ଖୋଲା ଆକାଶ ତଳେ, ବର୍ଷା ଖରା ରେ ବସି ପନିପରିବା ବିକୁଥିବା ଚାଷୀ ମାନଙ୍କ ପାଇଁ ପକ୍କାଘର କରିବା ସହ ହାଟ ଭିତରେ ଡ୍ରେନଏଚ୍ ସିଷ୍ଟମ,ଇଲେକ୍ଟିଫିକେସନ, ଶୌଚାଳୟ ଏବଂ ପାନୀୟ ଜଳ ଯୋଗାଣ କରାଯିବା ସହ ଏହି ହାଟର ଉନ୍ନତି କରଣ ପାଇଁ ସରକାର ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଯୋଗାଇ ଦେବେ ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ଏହି ହାଟର ନବୀକରଣ ହେଲେ ଏଠାରେ କିଣାବିକା କରୁଥିବା ଶହ ଶହ ଚାଷୀ ମାନଙ୍କର ଦୀର୍ଘ ଦିନରୁ ଥିବା ଦାବି ଏବେ ପୂରଣ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *