September 27, 2023

Times One Odia

Odia News Portal

ଆରପାରିରେ ଶିକ୍ଷାବିତ ତଥା ଯୋଗୀ ଅଜୟ ମୁନି

1 min read

ମୟୂରଭଞ୍ଜ(ଅବିନାଶ ମହାନ୍ତି): ମୟୁରଭଞ୍ଜ ମୋରଡ଼ା ବ୍ଲକ ମାଳିହତା ଗ୍ରାମର ସମାଜସେବୀ, ଶିକ୍ଷାବିତ ତଥା ଶିବମୁନି ଶିକ୍ଷାନିକେତନ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ମହାନ୍ତିଙ୍କ ୬୩ ବର୍ଷ ବୟସରେ ପରଲୋକ ଘଟିଯାଇଛି। ସ୍ବର୍ଗତ ମୃତ୍ୟୁଞ୍ଜୟ ମହାନ୍ତିଙ୍କ ପୁଅ ସ୍ବର୍ଗତ ଅଜୟ ମହାନ୍ତି ମୁନୀଶ୍ୱର ଯୋଗେଶ୍ୱର ଶିବମୁନିଜୀ ମହାରାଜାଙ୍କ ମୁନି ସମାଜର ସଦସ୍ୟ ଥିବା ବେଳେ ତାଙ୍କ ନାମରେ ଶିବମୁନି ଶିକ୍ଷାନିକେତନ ଉଚ୍ଚ ବିଦ୍ୟାଳୟକୁ ୧୯୯୨ ମସିହାରେ ପ୍ରତିଷ୍ଠା କରିଥିଲେ। ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରହି ଅବସର ଗ୍ରହଣ ମଧ୍ୟ କରିଥିଲେ। ବିଦ୍ୟାଳୟ ପରିସରରେ ଅନେକ ଔଷଧୀୟ ବୃକ୍ଷ ଲଗାଇ ଶ୍ରୀ ମହାନ୍ତି ୨୦୧୧ ମସିହାରେ ଓଡିଆ ସରକାରଙ୍କ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ପାଇଥିଲେ। ତେବେ ଦୀର୍ଘ ଦିନରୁ ସ୍ବର୍ଗତ ମହାନ୍ତି ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଥିଲେ। ମୁନି ସମାଜର ହୋଇ ସେ ଜଗ ଦର୍ଶନ, ପ୍ରତ୍ୟେକ ଚେତନା,ଶିବ-ମୁଁ ମନ୍ତ୍ର ଦର୍ଶନ ସହିତ ଜ୍ଞାନଦୀପ ମାସିକିଆ ପତ୍ରିକାରେ ମଧ୍ୟ ଶ୍ରୀ ମହାନ୍ତି ଙ୍କ ଲେଖା ପ୍ରକାଶ ପାଉଥିଲା। ଶିକ୍ଷାବିତ ତଥା ଯୋଗୀ ଅଜୟ ମୁନିଙ୍କ ମତ ତଥା ତାଙ୍କ ପୁସ୍ତକରେ ମଧ୍ୟ ପ୍ରକାଶ କରିଥିଲେ ଏହା ଯେ ସୁଖଦୁଃଖ ସବୁ କଳ୍ପନା ମାତ୍ର। ଯିଏ ନିଜକୁ କଳ୍ପନା କରିବା ବାଲା ରୂପେ ଜାଣିଛି ସେ ହଁ ନିଜ କଳ୍ପନାକୁ ନିଜ ଅଧୀନରେ ରହିବାର ମନ୍ତ୍ର ଜାଣିଅଛି ବୋଲି କୁହାଯାଇ ପାରିବ। ଯିଏ ନିଜ କଳ୍ପନାର ବା ଭାବନାର ବଶରେ ନାହିଁ ସେ ନିଜ ଭାବନାକୁ, ନିଜ ସୁଖଦୁଃଖ ଅନୁଭବକୁ ଅକ୍ତିଆର କରି ରଖିଛି। ଯିଏ ନିଜ ସୁଖଦୁଃଖ କୁ ଚାକର କରି ରଖିଛି, ତାହାଠୁଁ ସାମର୍ଥ୍ ବାନ ତାହାଠୁଁ ଅଧିକ ଆନନ୍ଦବାନ ଆଉ କିଏ ଅବା ହୋଇପାରିବ।
ଅନ୍ୟପଟେ ଶ୍ରୀ ମହାନ୍ତି ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଆତ୍ମ ବିଦ୍ୟା ଆଲୋଚନା ଓ ବ୍ରହ୍ମଜ୍ଞାନ ଏବଂ ଆତ୍ମଜ୍ଞାନ
ପୁସ୍ତକ ଲେଖିଥିବା ଜଣାପଡିଛି। ଶେଷ ଲେଖା ରେ ସେ ଲେଖିଛନ୍ତି ବ୍ରହ୍ମ ଜଗତକୁ ଆସିପାରିବା ସମ୍ଭବ ନୁହେଁ। କର୍ମ ଫଳ ଅବଶ୍ୟ ଫଳେ। କିନ୍ତୁ ଉତ୍ତମ ସାଧକ ମୃତ୍ୟୁ ପରେ ବ୍ରହ୍ମଲୋକ ଗମନ କରିଥାନ୍ତି। ତେବେ ଶେଷ ସମୟରେ ସ୍ବର୍ଗତ ମହାନ୍ତିଙ୍କ ପାଖରେ ସ୍ତ୍ରୀ ଆରତୀ ମହାନ୍ତି, ବଡ଼ପୁଅ ସାମ୍ବାଦିକ ଅବିନାଶ ମହାନ୍ତି,ସାନ ପୁଅ ଶକ୍ତିପାଦ ମହାନ୍ତି ପୁତ୍ରବଧୁ ଏବଂ ପରିବାର ବର୍ଗ ଉପସ୍ଥିତ ରହିଥିଲେ। ସ୍ବର୍ଗତ ଶ୍ରୀ ମହାନ୍ତିଙ୍କ ଶେଷ ଦର୍ଶନ ପାଇଁ ଆଜି ତାଙ୍କ ବାସଭବନରେ ସ୍ଥାନୀୟ ଅଞ୍ଚଳବାସୀ,ବୁଦ୍ଧିଜୀବୀ, ଶିକ୍ଷାବିତ, ସମାଜସେବୀ,ଛାତ୍ର/ଛାତ୍ରୀ ଏବଂ ରାଜନେତା ମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *