ଉମରକୋଟରେ ଶିଳ୍ପ ଉଦ୍ୟୋଗୀ ବିକାଶ ତାଲିମ୍ ଶିବିର ଅନୁଷ୍ଠିତ
1 min read
ଉମରକୋଟ(ରାଜେଶ ସୁନା): ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ଆଞ୍ଚଳିକ ଶିଳ୍ପ ତାଲିମ୍ କେନ୍ଦ୍ର ଠାରେ ଉଦ୍ୟୋଗୀ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଳ୍ପ ବିଭାଗ ଓ ଶିଳ୍ପ ତାଲିମ୍ କେନ୍ଦ୍ର ର ମିଳିତ ସହଯୋଗ ରେ ଏହି ତାଲିମ୍ ଶିବିର ରେ ଆଜି ଠାରୁ ଆସନ୍ତା ବାର ଦିନ ପର୍ଯ୍ୟନ୍ତ ବେକାର ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ ନିମନ୍ତେ ତାଲିମ ପ୍ରଦାନ କରାଯିବ। ଏହି ଉଦଘାଟନ ଶିବିର ରେ ଜିଲ୍ଲା ଶିଳ୍ପ ଅଧିକାରୀ ଶ୍ରୀ ବନେଶ୍ୱର ରାଓ ସୁବୁଦ୍ଦି ଯୋଗ ଦେଇ, ଛାତ୍ର ଛାତ୍ରୀ ମାନେ ଚାକିରୀ ପଛରେ ନ ଗୋଡ଼େଇ ନିଜେ ଏକ ଉଦ୍ୟୋଗ ପ୍ରତିଷ୍ଠା କରି ସ୍ୱାବଲମ୍ବୀ , ହେବା ପାଇଁ ପରାମର୍ଶ ଦେଇ ଥିଲେ।
ଏହି ଶିବିର ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଥିବା ସମସ୍ତ ସୁବିଧା ସୁଯୋଗ ଗୁଡିକ ବିଷୟ ରେ ଶିଳ୍ପ ବିକାଶ ଅଧିକାରୀ ତଥା ଶିଳ୍ପ ତାଲିମ କେନ୍ଦ୍ର ର ଅଧ୍ୟାପକ ମାନେ ସୂଚନା ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ରେ 40 ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମ ରେ ପି ଏ ଜି ପି scheme ମାଧ୍ୟମ ରେ ବ୍ୟାଙ୍କ୍ ଗୁଡ଼ିକ ସହାୟତା ରେ ନିଜସ୍ଵ ଶିଳ୍ପ ପ୍ରତିଷ୍ଠା କରି ଆତ୍ମନିର୍ଭରଶୀଳ ହେବା ପାଇଁ ତାଲିମ ପ୍ରଦାନ କରାଯିବ।