September 21, 2023

Times One Odia

Odia News Portal

ଆରପାରିରେ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ

1 min read

ଭୁବନେଶ୍ୱର: ପରଲୋକରେ ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ପୂର୍ବତନ ସଭାପତି ଶିବ ପାଣିଗ୍ରାହୀ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସୋମବାର ଅପରାହ୍ଣ ୨ଟା ୩୦ ମିନିଟ୍‌ ସମୟରେ ତାଙ୍କର ସିଡ଼ିଏ ସେକ୍ଟର-୬ସ୍ଥିତ ବାସ ଭବନରେ ମୃତ୍ୟୁ ଘଟିଥିଲା। ୧୯୪୫ ମସିହାରେ ସେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଖଲ୍ଲିକ‌ୋଟ ଆର୍ଟ କଲେଜରୁ ଚିତ୍ରକଳାରେ ଡ଼ିପ୍ଲୋମା ହାସଲ କରିବା ପରେ ଚାରୁକଳା ମହାବିଦ୍ୟାଳୟ‌ରେ ଅଧ୍ୟାପନା କରିଥିଲେ।

ଅବସର ପରେ ସେ କଟକରେ ରହୁଥିଲେ। ପରେ ଓଡ଼ିଶା ଲଳିତ କଳା ଏକାଡ଼େମୀର ସଭାପତି ଭ‌ାବେ ତିନି ବର୍ଷ କାର୍ଯ୍ୟ କରିଥିଲେ। ନିଜର କଳାତ୍ମକ ଉତ୍କର୍ଷ ଲାଗି ବହୁ ସମ୍ମାନ ଓ ପୁରସ୍କାର ସେ ଲାଭ କରିଥିଲେ । ‌ଲଳିତ କଳା ଏକାଡ଼େମୀ ପୁରସ୍କାର, ଓଡ଼ିଶା ଲଳିତ କଳା ଏକାଡ଼େମୀ ପୁରସ୍କାର, ଶାରଳା ପୁରସ୍କାର ସହିତ ରାଜ୍ୟ ସରକାରଙ୍କ ଦ୍ବାରା ଏକାଧିକ ବାର ସମ୍ମାନିତ ହୋଇଛନ୍ତି । ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ବିୟୋଗରେ ଓଡ଼ିଶା ଲଳିତ କଳା ଏକାଡ଼େମୀ ପକ୍ଷରୁ ‌ଶୋକ ପ୍ରକାଶ ପାଇଛି । ଶିବ ପାଣିଗ୍ରାହିଙ୍କ ନିଧନ ରାଜ୍ୟ ଚାରୁକଳା ଜଗତ ପାଇଁ ଅପୂରଣୀୟ କ୍ଷତି।

Leave a Reply

Your email address will not be published. Required fields are marked *