ଝାଡଖଣ୍ଡୀ ହାତୀଙ୍କ ସହ ସେଲ୍ଫି: ହୋଇପାରେ ପ୍ରାଣଘାତୀ

ମୟୂରଭଞ୍ଜ(ଅବିନାଶ ମହାନ୍ତି): ଗତକିଛି ବର୍ଷଧରି ବିଭିନ୍ନ ସମୟରେ ବିଶେଷ କରି ଧାନ କଟା ସମୟରେ ଝାଡଖଣ୍ଡୀ ହାତୀପଲ ପଶ୍ଚିମବଙ୍ଗ ଦେଇ ଶୁଳିଆପଦା, ରାସଗୋବିନ୍ଦପୁର, ବେତନଟୀ ଆଦି ବିଭିନ୍ନ ବ୍ଲକମାନଙ୍କରେ ଡେରା ପକାଉଥିବାର ଦେଖାଯାଉଛି । ଦିନ ସମୟରେ ଏହି ହାତୀପଲ୍ ବିଭିନ୍ନ ଲତାବୁଦା ଥିବା ଜଙ୍ଗଲିଆ ଅଞ୍ଚଳରେ ରହୁଥିବାବେଳେ ରାତିରେ ଖାଦୟ ଅନ୍ୱେଷଣରେ ବାହାରିଥାନ୍ତି । ଦିନବେଳା ଯେଉଁ ସ୍ଥାନଗୁଡିକରେ ହାତୀମାନେ ଦଳବଦ୍ଧ ଭାବେ ରହିଥାନ୍ତି, ସେହି ସ୍ଥାନଗୁଡିକରେ ସାଧାରଣ ଲୋକେ ବିଶେଷ କରି ଯୁବକ ଓ ଛାତ୍ରମାନଙ୍କ ଦ୍ୱାରା ହାତୀ ଦେଖିବାର ଉତ୍ସକତା ଯୋଗୁଁ ଭିଡ ଜମିଥାଏ ।
ବର୍ତ୍ତମାନ କରୋନା ପାଇଁ ସ୍କୁଲ କଲେଜ ବନ୍ଦ ଥିବାରୁ ଏହାର ସୁଯୋଗରେ ଯୁବକ ଓ ଛାତ୍ରମାନେ ଦିନବେଳା ହାତୀ ରହୁଥିବା ସ୍ଥାନକୁ ଯାଇ ହାତୀମାନଙ୍କ ସହିତ ସେଲ୍ଫି ନେବାର ଚେଷ୍ଟା କରାଯାଉଥିବାର ଦେଖାଯାଉଛି । କାରଣ ବାରିପଦା ବନଖଣ୍ଡରେ କର୍ମଚାରୀଙ୍କ ଅଭାବ ସହିତ ରାତିରେ ହାତୀମାନଙ୍କ ଗତିକୁ ନିୟନ୍ତ୍ରଣ କରିବା ପାଇଁ ବନ କର୍ମଚାରୀ ବ୍ୟସ୍ତ ରହୁଥିବାବେଳେ ଦିନବେଳା ବନ କର୍ମଚାରୀମାନେ ହାତୀଦଳ ରହୁଥିବା ସ୍ଥାନ ନିକଟରେ ରହି ନଥାନ୍ତି । ଏହାରି ସୁଯୋଗରେ ବିଶେଷ କରି ଛାତ୍ର ଓ ଯୁବକମାନେ ହାତୀ ଦଳ ସହିତ ସେଲ୍ଫି ନେବାର ଚେଷ୍ଟାରେ ରହୁଛନ୍ତି । ଫଳରେ ହାତୀମାନେ ମଣିଷମାନଙ୍କୁ ଦେଖିବା ଫଳରେ ବିରକ୍ତ ହେବା ସହ ହିଂସ୍ର ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସମୟରେ ହାତୀ ଦଳମାନଙ୍କ ନିକଟରେ ବନ କର୍ମଚାରୀମାନଙ୍କ ଉପସ୍ଥିତି ନଥିବା ସୁଯୋଗରେ ହାତୀମାନଙ୍କ ନିକଟକୁ ଯାଇ ସେଲ୍ଫି ନିଆଯାଉଛି ।
ଫଳରେ ହାତୀ ହିଂସ୍ର ହୋଇ ସେଲ୍ଫି ଉଠାଉଥିବା ବ୍ୟକ୍ତିମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି । ବହୁ ସମୟରେ ସେଲ୍ଫି ନେବାକୁ ଯାଉଥିବା ବ୍ୟକ୍ତିମାନେ ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଦୌଡି ଦୌଡି ପଳାଇବାକୁ ଚେଷ୍ଟା କରୁଥିବାବେଳେ ତଳେ ପଡି ଖଣ୍ଡିଆଖାବରା ମଧ୍ୟ ହେଉଛନ୍ତି । ଶୁଳିଆପଦା, ମୋରଡା, ରାସଗୋବିନ୍ଦପୁର ଓ ବେତନଟୀ ରେଂଜ ଅଞ୍ଚଳରେ ଝାଡଖଣ୍ଡୀ ହାତୀମାନଙ୍କର ଉପସ୍ଥିତି ରହୁଥିବାରୁ ସେହି ସ୍ଥାନମାନଙ୍କରେ ଏଭଳି ଘଟଣା ଘଟୁଛି । ଏଣୁ ଦିନବେଳା ହାତୀପଲ ବିଶ୍ରାମ କରୁଥିବା ସ୍ଥାନମାନଙ୍କରେ ବନ ବିଭାଗ ପକ୍ଷରୁ କର୍ମଚାରୀମାନଙ୍କୁ ମୃତୟନ କରିବାର ଆବଶ୍ୟକତା ରହିଛି ।