ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ବିକଳାଙ୍ଗ ମହିଳା

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମର ଡାଲିମ୍ବ ହରିଜନ (୫୧) ଯାହାକି ସେ ଦୀର୍ଘ ଚାରିବର୍ଷ ହେଲା ବିକଳାଙ୍ଗ ଅବସ୍ଥାରେ ରହିଛନ୍ତି । ଡାଳିମ୍ବର ସ୍ଵାମୀ ମଙ୍ଗରୁ ସବୁ ଦେଖାଚାହାଁ କରୁଥିଲେ। ଡାଳିମ୍ବର ସ୍ଵାମୀ ଗତ ମାସରେ ମୃତ୍ୟୁବରଣ କରିଥିବାବେଳେ ଏବେ ନିଜର ବୋଲି ପାଖରେ କେହି ନାହାନ୍ତି ।ଡାଳିମ୍ବଙ୍କର ଦୁଇଟି ଝିଅ ରହିବା ସତ୍ୱେ ବି ସ୍ଵାମୀ ଥିବା ସମୟରେ ତାଙ୍କର ବିବାହ କରିଦେଇଥିଲେ। ।
ଏବେ ନିଜ ପାଖରେ ଆଉ କିଏ ନାହାନ୍ତି । ନିଜ କାମ ନିଜେ କରିବାକୁ ପଡୁଛି । ଅତି ଜରୁରୀ ସମୟରେ ଗ୍ରାମ ରେ ଥିବା ଭଉଣୀ ଓ ଜ୍ୱାଇଁ ସାହାଯ୍ୟ କରୁଛନ୍ତି। ଯାହାକି ବିକଳାଙ୍ଗ ଅବସ୍ଥାରେ ବହୁ କଷ୍ଟରେ ବଞ୍ଚିବାକୁ ପଡୁଛି । ଯାହା ସରକାରଙ୍କର ବହୁ ଯୋଜନାରୁ ବଞ୍ଚିତ। ବିକଳାଙ୍ଗ ହେବା ସତ୍ୱେ ଚାରିବର୍ଷ ବିତିଯାଇଥିଲେ ମଧ୍ୟ ଆଜିଯାଏଁ ଆବାସ ଯୋଜନାରୁ ଓ ସରକାର ଙ୍କ ଉଜ୍ଜଳା ଯୋଜନା ରୁ ମଧ୍ୟ ବଞ୍ଚିତ। କେବଳ ମାସକୁ ୫୦୦ ଟଙ୍କାର ପେନସନ ପାଉଛନ୍ତି । ଏହି ୫୦୦ ଟଙ୍କା ରେ ଡାଳିମ୍ବ ପାଇଁ ଚଳିବା ଭାରି କଷ୍ଟ କର । ତେଣୁ ସ୍ଥାନୀୟ ପ୍ରଶାସନ ଏହି ବିକଳାଙ୍ଗ ଅସହାୟ ଡାଳିମ୍ବ ହରିଜନ କୁ ସରକାରୀ ସୁବିଧା ଯୋଗାଇ ଦିଆଯାଉ ବୋଲି ଜନ ସାଧାରଣରେ ଦୃଢ ଦାବି ହେଉଛି।