September 28, 2023

Times One Odia

Odia News Portal

ସରକାରୀ ବିହନରେ ବାଳୁଙ୍ଗା

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ପତ୍ରପୋଡ଼ା ଓ ମଇଁସା ରୋଗରେ ବ୍ୟାପକ ଧାନ ଫସଲ ନଷ୍ଟ ହେବାକୁ ବସିଥିବା ବେଳେ ଏବେ ସରକାରୀ ବିହନ ଧାନରେ ଶତକଡା୭୦ଭାଗ ବାଳୁଙ୍ଗା ବାହାରିଥିବା ଧାନ କ୍ଷେତରେ ଦେଖା ଦେଇଛି।।ଏଭଲି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର କୃଷି ବିଭାଗ ଅଧିନ ତ୍ରିଲୋଚନପୁର, ଲଷ୍ମୀନାରାୟଣପୁର, ପୁରୁଷୋତ୍ତମପୁର, ପାଗା ଅଂଚଳର ଶହ ଶହ ଏକର ଚାଷ ଜମିରେ ପତ୍ରପୋଡ଼ା ଓ ମାଇଁସାଳ ରୋଗ ସାଙ୍ଗକୁ ଧାନରେ ଦେଖା ଦେଇଛି ଏବେ ପ୍ୟାପକ ବାଳୁଙ୍ଗା।

ଚାଷୀକୁଳ ଏବେ ଚିନ୍ତରେ। ଧୀରେ ଧୀରେ ରୋଗ ବଢିବାକୁ ବସିଲାଣି ।ଯେତେ କୀଟନାଶକ ଔଷଧ ସେବନ କଲେ ବି ସୁଦ୍ଧା ରୋଗ ପୋକ କମିବାର ନାଆଁଧରୁନାହିଁ।ହେଲେ ଏବେ ସରକାରୀ ଧାନ ବିହନ ଆଣି ଚାଷୀ ଧାନ କରିଥିଲେ ଧାନ କେଣ୍ଡା ବାହାରିଲା ବେଳକୁ ଧାନରେ ଶତକଡା୬୦ରୁ୭୦ଭାଗ ଧାନରେ ଦେଖା ଦେଇଛି ବାଳୁଙ୍ଗା। ଚାଷୀ ଧାରକରଜ କରି କରିଥିବା ଧାନ ଚାଷ ଏବେ ଉଜୁଡିବାକୁ ବସିଲାଣି।ଆଗକୁ ଠିକରେ ଧାନ ଫସଲ ନହୁଏ ଚାଷୀ ତାର ପରିବାର ପ୍ରତିପୋଷଣ କରିବା କଷ୍ଟକର ବ୍ୟାପାର ହୋଇପଡିବ। ଧାନ କ୍ଷେତ ରେ ଆଗରୁ ବାଳୁଙ୍ଗା ଥାଇ ପାରେ ନଚେତ ବିହନରେ ମିଶା ଥାଇ ପାରେ ବୋଲି କୃଷିଅଧିକାରୀ କହିଛନ୍ତି। ସାଲେପୁର କୃଷି ବିଭାଗ ଅଧୀନରେ ଥିବା ଧାନ କ୍ଷେତ୍ରର ଦୃଶ୍ୟ। ତ୍ରିଲୋଚନପୁର, ପୁରୁଷୋତ୍ତମପୁର,ଲଷ୍ମୀନାରାୟଣ ପୁର, ପାଗା ଅଂଚଳର ଶହ ଶହ ଏକର ଚାଷ ଜମି ରେ ପତ୍ରପୋଡ଼ା ଓ ମଇଁସାଳ ରୋଗ ପୋକ ସାଙ୍ଗକୁ ସରକାରୀ ଧାନ ବିହନରେ ଶତକଡ଼ା୬୦ରୁ୭୦ଭାଗ କ୍ଷେତରେ ବାଳୁଙ୍ଗା ଦେଖା ଦେଇଛି। ସବୁଜ ରଙ୍ଗରେ ଲହଡି ମାରୁଥିବା ଧାନ କ୍ଷେତ ଏବେ ବାଳୁଙ୍ଗା ରେ ପରିପୂର୍ଣ୍ଣ।

ଏପଟେ ରୋଗରେ ଆକ୍ରାନ୍ତ ହୋଇ ନଷ୍ଟ ହେବା କୁ ବସିଲାଣି ଶହ ଶହ ହେକ୍ଟର ଧାନ ଫସଲ।ଏହି ରୋଗପୋକ କୁ ଦମନ ନ କଲେ ଆଗକୁ ସମ୍ପୂର୍ଣ୍ଣ ଧାନ ଫସଲ ନଷ୍ଟ ହେବା ଛଡା ଆଉ ବାଟ କିଛି ନାହିଁ।ପୋକ ତ ଦାଉ ସାଧିଛି ହେଲେ ଏବେ ସରକାରୀ ବିହନ ଧାନରେ ଦେଖାଦେଇଛି ବାଳୁଙ୍ଗା। ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ। ଧାର କରଜ କରି କରିଥିବା ଚାଷ ଉଜୁଡିବାକୁ ବସିଲାଣି। ଚାଷୀ ତାର ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିବ।

ସରକାରୀ ସୋସାଇଟି, କୃଷିବିଭାଗ ରୁ ଧାନ ବିହନ ଆଣି ଚାଷୀ ଚାଷ କରିଥିଲା ଭଲ ଅମଳ ପାଇଁ। ହେଲେ ଭଲ ଅମଳ କଣ ହେବ କିଆରୀରେ ଏବେ ଖାଲି ବାଳୁଙ୍ଗା। ଯୁଆଡେ ଅନାଇବକ୍ଷେତ ସବୁଜ ରଙ୍ଗରେ ଲହଡି ମାରୁଛି ସତ ହେଲେ ଧାନ ପରିବର୍ତ୍ତେ ଖାଲି ବାଳୁଙ୍ଗା। ଫସଲ ନଷ୍ଟ କୁ ଦେଖି ଚାଷୀ ଏବେ ଚିନ୍ତରେ।ଧାରକରଜ ସାଙ୍ଗକୁ ସୋସାଇଟି ଋଣ ବୋଝ ଚାଷୀର ମେରୁଦଣ୍ଡ କୁ ଦୋହଲାଇଦେଇଛି।ଏଭଲି ପରିସ୍ଥିତି ରେ କିଭଳି ଋଣବୋଝ ପୈଠ କରିବେ ସେ ନେଇ ଚାଷୀ ଏବେ ଚିନ୍ତରେ।ପ୍ରଶାସନ ଋଣ ଛାଡ଼ ନକଲେ ଚାଷୀ ରାଜରାସ୍ତା କୁ ଓହ୍ଲାଇ ବା ପାଇଁ ଚେତାବନୀ ଦେଇଛି। ଧାନ କ୍ଷେତ ରେ ଆଗରୁ ବାଳୁଙ୍ଗା ଥାଇପାରେ ନଚେତ ସରକାର ଯୋଗାଇଥିବା ବିହନ ମିଶା ହୋଇଥାଇପରେ ବୋଲି କୃଷି ଅଧିକାରୀ କହିଛନ୍ତି।ଏପଟେ ରୋଗ ପୋକ ନିୟନ୍ତ୍ରଣ ପାଇଁ ସେ ତାଙ୍କ ଉପରିସ୍ଥ ଅଧିକାରୁଙ୍କୁ ଜଣାଇଦେବୁ ଯାହା ଆସିବ ଆମେ ତାହା ଯୋଗାଇ ଦେବୁ ବୋଲି କହିଛନ୍ତି କୃଷି ଅଧିକାରୀ।

Leave a Reply

Your email address will not be published. Required fields are marked *