ନରସିଂହପୁର ବିକାଶ ପରିଷଦର ବାର୍ଷୀକ ସମ୍ମୀଳନୀ ଅନୁଷ୍ଠିତ

ନରସିଂହପୁର(ଦେବଦତ୍ତ ମଳୟ କୁମାର ବରାଳ): ନରସିଂହପୁର ବିକାଶ ପରିଷଦର ନବମ ବାର୍ଷୀକି ସମ୍ମୀଳନୀ ସ୍ଥାନୀୟ ରଘୁନାଥଜୀୟୁ ପାଠାଗାର ପରିସରରେ ଆଇନଜୀବୀ ତ୍ରିଲୋଚନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ଲିଙ୍ଗରାଜ ଲେଙ୍କା ସମ୍ମୀଳନୀକୁ ପ୍ରଦୀପ ଜାଳି ଉଦଘାଟନ କରିଥିବାବେଳେ ଆଇନଜୀବୀ ଦେବଦତ୍ତ ମଳୟ କୁମାର ବରାଳ ଏହାକୁ ସଯୋଜନା କରିଥିଲେ। ଅଧ୍ୟକ୍ଷ କୁଳମଣି ବାରିକି ମୁଖ୍ୟ
ଅତିଥି,କବି ଦୁର୍ଯୋଧନ ବରାଳ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।ଶିକ୍ଷାବିତ୍ ଦେବରାଜ ସ୍ବାଇ,ଶିକ୍ଷାବିତ୍ ସଚିଦାନନ୍ଦ ଦାସ,ତପନ କୁମାର ମିଶ୍ର,ଦୁର୍ଗାମାଧବ ମିଶ୍ର,ସୁବର୍ଣ କେଶରୀ ମିଶ୍ର ପ୍ରମୁଖ ଯୋଗଦେଇ ଅଞ୍ଚଳର ସାମଗ୍ରୀକ ବିକାଶ ଉପରେ ଆଲୋଚନା କରିବା ସହିତ ସବଜଜ ଅଦାଲତ ପ୍ରତିଷ୍ଠା,ଏନ.ଏ.ସି. ଘୋଷଣା,ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ଦାବୀ କରିଥିଲେ। ସେହିପରି ଆଗାମୀ ଦୁଇ ବର୍ଷ ପାଇଁ ପରିଷଦର କର୍ମକର୍ତା ଅପରିବର୍ତ୍ତ ଥିବାବେଳେ ଆଇନଜୀବୀ ବୁଦ୍ଧିମାନ ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।