September 21, 2023

Times One Odia

Odia News Portal

ଜାତୀୟ ସମ୍ବିଧାନ ଦିବସ ପାଳନ

1 min read

କୋକସରା(ଦେବେନ୍ଦ୍ର ସାଗର): କୋକସରା ବ୍ଲକ ଡୁଡୁକା ଠେଙ୍ଗା ପଞ୍ଚାୟତ ଦର୍ଲି ପଡା ଠାରେ ଆମପାଣି ଜୋନ ମଣ୍ଡଳ ବିଜେପି ପକ୍ଷରୁ ମଣ୍ଡଳ ସଭାପତି ଅର୍ଜୁନ ଭାଟି ଙ୍କ ଆହ୍ୱାନ କ୍ରମେ ଜୋନ ସ୍ତରୀୟ କର୍ମ କର୍ତ୍ତା ଙ୍କ ଗହଣରେ ଜାତୀୟ ସମ୍ବିଧାନ ଦିବସ ପାଳନ ହୋଇଯାଇଛି l

ଭାରତ ରେ ପ୍ରତିବର୍ଷ ନଭେମ୍ବର 26 ତାରିଖ ସମ୍ବିଧାନ ଦିବସ ପାଳନ କରାଯାଇଥାଏ l ଏହି ଅବସରରେ ଉପସ୍ଥିତ କର୍ମକର୍ତ୍ତା ମାନେ ଭାରତ ର ସମ୍ବିଧାନ ର ମହତ୍ୱ, ସାମ୍ବିଧାନିକ ବ୍ୟବସ୍ଥା ଓ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ବିଷୟରେ ଅବଗତ କରେଇ ଥିଲେ l

ଆମପାଣି ଜୋନ ଜିଲାପରିଷଦ ସଭ୍ୟା ହେମାଙ୍ଗିନୀ ହଂସ, ଜିଲ୍ଲା ଆଇଟି ସେଲ ସଭାପତି ଗୋଦାବରୀଶ ପାତ୍ର,ମଣ୍ଡଳ ଉପ ସଭାପତି ଚକ୍ରଧର ବେଶରା, ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ଗରୁଡଧ୍ଵଜ ମାଝୀ, ମଧୁବନ ପାତ୍ର, ଚନ୍ଦ୍ର ବାଣୁଆ, ଅର୍ଜୁନ ସତନାମୀ,ନାନକ ଚାନ୍ଦ ଅଗ୍ରୱାଲ,ଭଜମନ ନାଏକ ପ୍ରମୁଖ ଅନ୍ୟାନ୍ୟ କର୍ମକର୍ତା ଓ ସଭ୍ୟ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *