ଟଙ୍କା ହଡ଼ପ ଅଭିଯୋଗ

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଦୀର୍ଘଦିନ ଧରି ଆକାଉଣ୍ଟରୁ ବେନାମୀ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାକୁ ଉଠାଇ ଆତ୍ମସାତ। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ପୋଲିସ କଟକ ଜିଲ୍ଲା ସାଲେପୁର ପୋଲିସ ସହାୟତାରେ ସାଲେପୁର ଅଞ୍ଚଳର ଜଣେ ଯୁବକ କୁ ପଶ୍ଚିମବଙ୍ଗ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।ସାଲେପୁର ବ୍ଲକ ମହଣ ପଞ୍ଚାୟତର ବଳଭଦ୍ରପୁର ଗାଁର ସତ୍ୟାନନ୍ଦ ପାତ୍ର ଙ୍କ ପୁତ୍ର ଦେବପ୍ରସାଦ ପାତ୍ର ।
ସାଲେପୁର ର ଆନ୍ଧ୍ର ବ୍ୟାଙ୍କ ରେ ଥିବା ଆକାଉଣ୍ଟ ରୁ ନିୟମିତ ବ୍ୟବଧାନରେ ବେନାମୀ ଟଙ୍କା ଆସୁଥିଲେ ମଧ୍ୟ ଦେବପ୍ରସାଦ ଏହି ବେନାମୀ ଟଙ୍କା ବ୍ୟାଙ୍କ କତୃପକ୍ଷକୁ ନଜଣାଇ ଉକ୍ତ ଟଙ୍କା କୁ ବ୍ୟାଙ୍କ ରୁ ଉଠାଇ ନେଉଯାଉଥିଲା।ଏନେଇ ବ୍ୟାଙ୍କ କତୃପକ୍ଷ ଏହି ଅର୍ଥବାବଦରେ ଦେବପ୍ରସାଦକୁ ପଚରାଉଚରା କରିଥିଲେ ମଧ୍ୟ ସନ୍ତୋଷ ଜନକ ଉତ୍ତର ମିଳିନଥିଲା।ହଠାତ ଗତ କାଲି ରାତିରେ ପଶ୍ଚିମବଙ୍ଗ ପୋଲିସ ,ସାଲେପୁର ପୋଲିସ ସହାୟତାରେ ଦେବ ପ୍ରସାଦ ଗିରଫ କରି ପଶ୍ଚିମବଙ୍ଗ ନେଇଥିବା ଜଣାପଡିଛି।