ଶକ୍ତିମନ୍ତ୍ରୀଙ୍କ ଦ୍ଵାରା ଦୁର୍ଗା ମଣ୍ଡପ ଉଦଘାଟିତ
1 min read
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ଲଙ୍କେଶ୍ୱରୀ କ୍ଲବ ଦ୍ବାରା ନିର୍ମିତ ଦୁର୍ଗା ମଣ୍ଡପ କୁ ଗୃହ ଓ ଶକ୍ତି ରାଷ୍ଟ୍ରମନ୍ତ୍ରୀ କେପଟେନ ଦିବ୍ୟ ଶଙ୍କର ମିଶ୍ର ଉଦଘାଟନ କରିଥିଲେ l ଏହି ଅବସରରେ ସହରର ଏହି ପୁରାତନ କ୍ଲବ କୁ ଅଗ୍ରଣୀ ଓ ଆଦର୍ଶ କ୍ଲବ ଭାବେ ଆଗେଇବାକୁ ସବୁ ପ୍ରକାର ସହଯୋଗ କରିବାକୁ ମନ୍ତ୍ରୀ ମିଶ୍ର ପ୍ରକାଶ କରିଥିଲେ lକ୍ଲବ ର ପୁରାତନ ସଭାପତି ତଥା ଏନ ଏ ସି ର ପୁର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଈଶ୍ୱର ପୂଝlରୀ ସଭାପତିତ୍ୱ କରିଥିବା ବେଳେ ବର୍ତ୍ତମାନ କ୍ଲବ ର ସଭାପତି ଦୁର୍ଗା ପ୍ରସାଦ ନାଏକ ଏହାକୁ ପରିଚାଳନା କରିଥିଲେ l ଏହି ଅବସରରେ ସ୍ଥାନୀୟ କନକ ଦୁର୍ଗା ମୋଟର କର୍ମଚାରୀ ସଂଘ ପକ୍ଷରୁ ନୂତନ ଗୃହ ଯୋଗାଇ ଦେବାକୁ ମନ୍ତ୍ରୀ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ କେପଟେନ ମିଶ୍ର ଏହି ଦାବୀ ଅତିଶୀଘ୍ର ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଏଥିରେ ସଙ୍ଘର ସଭାପତି ମହେନ୍ଦ୍ର ବୈଠାରୁ, ଉପ ସଭାପତି ମକର୍ଧ୍ୱଜ ପୁଝlରୀ,ସଂପାଦକ ଲକ୍ଷ୍ମଣ ଚଲାନ, ଉପଦେଷ୍ଟା ଦେବେନ୍ଦ୍ର କୁମାର ବାଗ ଏବଂ ସଙ୍ଘ ର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ l